ମାତିଛନ୍ତି ସାଇବର ଲୁଟେରା। ଚାହୁଁ ଚାହୁଁ ହୋଇଯାଇଛି ଆକାଉଣ୍ଟ ଖାଲି। ବାଲେଶ୍ୱର ସାଇବର ଥାନା ପୋଲିସ ହାବୁଡ଼ରେ ସାଇବର ଲୁଟେରା। ବ୍ୟାଙ୍କ୍ ଆକାଉଣ୍ଟକୁ ହାକ୍ କରି ଲୁଟ ଘଟଣାର ପର୍ଦ୍ଦଫାସ କରିଛି ବାଲେଶ୍ୱର ପୋଲିସ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସମେତ ୫ଜଣଙ୍କୁ ଗିରଫ କରିଛି ସାଇବର ପୋଲିସ ।
ସୂଚନାନୁସରେ, ଗତ ଡିସେମ୍ବର ୨୯ରେ ବାଲେଶ୍ୱର ଇଣ୍ଡସଇଣ୍ଡ୍ ବ୍ୟାଙ୍କର ଜଣେ ଗ୍ରାହକଙ୍କ ଆକାଉଣ୍ଟ ହ୍ୟାକ୍ କରି ୧୨ଲକ୍ଷ ୪୫ ହଜାର ଟଙ୍କା ଲୁଟ୍ ହୋଇଥିଲା ।ଏନେଇ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ ଲୁଟର ଶିକାର ହୋଇଥିବା ବାଲିଗୋହିରୀ ଅଞ୍ଚଳର ଜ୍ୟୋତ୍ସ୍ନାରାଣୀ ପାତ୍ର । ଅଭିଯୋଗର ୧ ମାସ ପରେ ସାଇବର ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଏହା ସହ ୫ ଜଣଙ୍କୁ କୋର୍ଟ ଚାଲାଣ କରିବ ପୁଲିସ । ଲୁଟେରାଙ୍କୁ ଧରିବାକୁ ବାଲେଶ୍ୱର ଏସପିଙ୍କ ନିର୍ଦ୍ଦେଶକ୍ରମେ ୬ ଜଣିଆ ଟିମ୍ ଗଠନ କରଯାଇଥିଲା । ଲୁଟେରାଙ୍କଠାରୁ ୧ ଲକ୍ଷ ୬୯ ହଜାର ଟଙ୍କା, ୧୦ ଟି ମୋବାଇଲ ଫୋନ, ୧୪ ଟି ବିଭିନ୍ନ ବ୍ୟାଙ୍କର ଏଟିଏମ୍ , ୩୯ଟି ସିମ୍ କାର୍ଡ ଜବତ କରିଛି ପୋଲିସ ।