ଘୁର୍ଣ୍ଣିବଳୟ ସକ୍ରିୟ: ଆହୁରି ୨ଦିନ ବର୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏନେଇ ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବଙ୍ଗୋପସାଗରରେ କୌଣସି ନୂଆ ସିଷ୍ଟମ ସୃଷ୍ଟି ହେବାର ସଙ୍କେତ ମିଳୁ ନାହିଁ।

ଓଡ଼ିଶା ଉପରେ ଏବେ ମୌସୁମୀ ସକ୍ରିୟ ରହିଥିଲେ ମଧ୍ୟ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଭଦ୍ରକରୁ ସୁବର୍ଣ୍ଣପୁର ଜିଲ୍ଲାକୁ ସଂଯୋଗ କରୁଥିବା‌ ସରଳରେଖାର ଉତ୍ତରରେ ପ୍ରାୟ ୪୦ରୁ ୪୫ ମିମି ବର୍ଷା ଏବଂ ଦକ୍ଷିଣରେ ୨୦ରୁ ୩୦ ମିମି ବର୍ଷା ହେବ ନାହିଁ। ଦକ୍ଷିଣରେ ଏହି ବର୍ଷା ବିକ୍ଷିପ୍ତ ହେବ। କେତେକ ସ୍ଥାନରେ ଶୁଖିଲା ରହିବ। ବିଶେଷ ବର୍ଷା ନଥିବାରୁ ଅଣଜଳସେଚିତ ଜମିରେ ପାଣିର ଅସୁବିଧା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରାନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ସେହି ଜିଲ୍ଲା ଗୁଡିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ଗୋଟିଏ ୨ଟି ସ୍ଥାନରେ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଭୀଷଣ ବର୍ଷା ନେଇ ଆସନ୍ତାକାଲି ୫ଟି ଜିଲ୍ଲା ଓ ଆସନ୍ତା ୧୩ ତାରିଖରେ ୩ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.