ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମେଣ୍ଡସ୍‌’, କାଲି ରାତି  ସୁଦ୍ଧା ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବା  ସମ୍ଭାବନା 

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମେଣ୍ଡସ୍‌’ । ରାତିରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିମି ବେଗରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ପୁଡୁଚେରୀ କାରାଇକାଲରଠାରୁ ୪୨୦ କିଲୋମିଟର ଏବଂ ଚେନ୍ନାଇ ଠାରୁ ୫୨୦ କିଲୋମିଟର ଦୂରରେ ଅଛି ବାତ୍ୟା । ଆସନ୍ତାକାଲି ମଧ୍ୟରାତି ସୁଦ୍ଧା ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ଆସନ୍ତାକାଲି ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଅଧିକ ରହିବ ପବନର ବେଗ । ପୁଡୁଚେରୀ-ଶ୍ରୀହରିକୋଟା ଦେଇ ଅତିକ୍ରମ କଲାବେଳେ ଘଣ୍ଟାପ୍ରତି ପବନର ବେଗ ୬୫ରୁ ୭୫ କିଲୋମିଟର ଓ ଏହା ବଢ଼ି ୮୫ କିଲୋମିଟର ଛୁଇଁପାରେ । ତେବେ ବାତ୍ୟା ‘ମେଣ୍ଡସ୍‌’ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । କିନ୍ତୁ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଓ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।

 

Leave A Reply

Your email address will not be published.