ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୨୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ୬ଟି ପଞ୍ଚାୟତ ସମିତି ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୩ଟି ଯଥା କବିସୂର୍ଯ୍ୟନଗର, ଖଲ୍ଲିକୋଟ ଏବଂ କୁକୁଡ଼ାଖଣ୍ଡିଁ।
ସୂଚନା ଅନୁସାରେ, ସେହିପରି କଳାହାଣ୍ଡି ଜିଲ୍ଲାର ନର୍ଲା, ନବରଙ୍ଗପୁର ଜିଲ୍ଲାର ରାଇଘର ଏବଂ ନୟାଗଡ଼ ଜିଲ୍ଲାର ଭାପୁର ଅଧ୍ୟକ୍ଷ ପଦ ପାଇଁ ବି ହେବ ଉପନିର୍ବାଚନ। ତେବେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତସମିତିରେ ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଇଛି ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ। ଚଳିତ ମାସ ୨୨ ତାରିଖରେ ନାମାଙ୍କନ ଦାଖଲ ହେବ ଏବଂ ଦରକାର ପଡ଼ିଲେ ମତଦାନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
୭ଟି ପଞ୍ଚାୟତ ସମିତିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏଥିମଧ୍ୟରୁ ୬ଟି ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବୌଦ୍ଧ ହରଭଙ୍ଗାରେ ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ। ଅଧ୍ୟକ୍ଷ ପାଇଁ ଉପନିର୍ବାଚନ ହେବାକୁ ପଞ୍ଚାୟତ ସମିତି ଗୁଡିକ ହେଲା ଗଞ୍ଜାମର କବିସୂର୍ଯ୍ୟନଗର, କୁକୁଡାଖଣ୍ଡି ଓ ଖଲ୍ଲିକୋଟ। କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଓ ନୟାଗଡର ଭାପୁରରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ।
Comments are closed.