ମହାପ୍ରଭୁ ପଡିଯିବା ଘଟଣା: ଆରମ୍ଭ ହେଲା ତଦନ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରଥଯାତ୍ରା ସମୟରେ ଆଡପ ପହଣ୍ଡି ବେଳେ ବଡ ଠାକୁର ପଡିଯିବା ଘଟଣାରେ ଆରମ୍ଭ ହେଲା ତଦନ୍ତ । ଏକ ୩ ଜଣିଆ କମିଟି ଏହା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କୁ ଡାକି କମିଟି ପଚରାଉଚରା କରିଥିବା ବେଳେ ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପିଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି ।

ଏ ନେଇ ୩ ଜଣିଆ କମିଟି ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କୁ ଡାକି ପଚରାଉଚରା କରୁଛି। ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ ଓ ଜେଟିପିଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ସେମାନଙ୍କୁ ଭିଡିଓ ଦେଖାଇ ୩ ଜଣିଆ କମିଟି ପଚରାଉଚରା କରୁଛି। ଜୁଲାଇ ୯ରେ ଆଡପ ପହଣ୍ଡି ବେଳେ ଏହି ବଡ଼ ଅଘଟ ଘଟିଥିବା ବେଳେ ୧୦ ଦିନ ଭିତରେ କମିଟି ତଦନ୍ତ କରି ରିପୋର୍ଟ ଦେବା କଥା ତେବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତେବେ କହିରଖୁଛୁ, ରଥଯାତ୍ରା ସମୟରେ ଠାକୁରମାନେ ଗୁଣ୍ଡିଚା ମନ୍ଦିରକୁ ଆଡ଼ପ ପହଣ୍ଡି କରି ଯାଉଥିବା ବେଳେ ଚାରମାଳ ଉପରେ ମୁହଁମାଡି ପଡିଟାଇଥିଲେ ବଡ ଠାକୁର ବଳଭଦ୍ର ।

ଯାହାକୁ ନେଇ ପୂରା ରାଜ୍ୟରେ ଅସନ୍ତୋଷ ଭରି ରହିଛି । ବଡ଼ ଠାକୁରଙ୍କୁ ପକାଇ ଦେବା ଘଟଣାରେ ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାରି ଭିତରେ ୨୪ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଯାହାକୁ ଗୁରୁତର ସହ ନେଇ ଯାଞ୍ଚ କମିଟି ଏକ ୩ ଜଣିଆ ଟିମ୍ ଗଠନ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.