ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର ଆଣ୍ଡ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆର ଏବଂ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ମାମଲାରେ ଆଜି ଭିଜିଲାନ୍ସ ଗିରଫ କରିଛି । ଗତକାଲି ଏକା ସାଙ୍ଗରେ ମିଶ୍ରଙ୍କ ପ୍ରାୟ ୯ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ ‌ବେଳେ ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ସମ୍ପତ୍ତି ଦେଖି ଅଧିକାରୀ ତାଜୁବ୍‌ ହୋଇଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଭୁବନେଶ୍ବରଙ୍କ ନି‌ର୍ଦ୍ଦେଶ କ୍ରମେ ଭିଜିଲାନ୍ସର ୯ଟି ଟିମ୍‌ ଗତକାଲି ଶ୍ରୀ ମିଶ୍ରଙ୍କ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅବାସିକ ଘର, କଟକ ଆଠଗଡ଼ସ୍ଥିତ ପୈତୃକ ଘର ଆଦି ୯ଟି ସ୍ଥାନରେ ଚଢ଼ଉ କରି ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ। ଗତକାଲି ଭିଜିଲାନ୍ସ ଟିମ୍‌ ତାଙ୍କ ଘରେ ଚଢ଼ାଉ କରିବା ପରେ ରାଜଧାନୀ ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ରହିଛି ୧୦ଟି ଫ୍ଲାଟ୍‌। ଏହାଛଡ଼ା ପ୍ଲଟ୍‌ ମଧ୍ୟ ରହିଛି। ପ୍ଲଟ ଗୁଡ଼ିକ ଭୁବନେଶ୍ୱର, କଟକ ଓ ଜଟଣୀରେ ରହିଛି।

ତାଙ୍କ ଘରୁ ୨.୭ କୋଟି ଟଙ୍କାର ବ୍ୟାଙ୍କ ଜମା, ୧.୫ କେଜି ସୁନା, ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ ମରସିଡିଜ୍‌ ବେଞ୍ଜ କାର୍‌, ଗୋଟିଏ କିଆ କାର୍‌ ଓ  ବହୁତ ଦାମୀ ଘଣ୍ଟା ଜବତ ହୋଇଛି । ଏହାଛଡ଼ା ବହୁ ବିଦେଶୀ ମୁଦ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ। ଯେଉଁଥିରେ ୟୁଏସଏ, ଥାଇଲାଣ୍ଡ, ଭିଏତନାମା, ୟୁଏଇ, କାନାଡା, ମେକ୍ସିକୋ, ମଲେସିଆ ଓ ସିଙ୍ଗାପୁର ମୁଦ୍ରା ରହିଛି ।

Comments are closed.