ସନରାଇଜର୍ସ ହାଇଦ୍ରାବାଦ ସମର୍ଥକଙ୍କ ପାଇଁ ଖୁସିର ଖବର ଏହି ଖେଳାଳି ହେଲେ ଅଧିନାୟକ

0

୨୮.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ଇଣ୍ଡିଆନ ପ୍ରିମିୟର ଲିଗ୍ ପାଇଁ ଖେଳାଳିଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ମଧ୍ୟରେ ଏକ ଖୁସିର ମାହୋଲ ଦେଖାଦେଇଛି l ଆଇପିଏଲର ଅନ୍ୟତମ ଦଳ ସନରାଇଜର୍ସ ହାଇଦ୍ରାବାଦ ପୁନର୍ବାର ଡେଭିଡ ୱାର୍ଣ୍ଣର ଙ୍କୁ ଅଧିନାୟକ ପାଇଁ ଅବସ୍ଥାପିତ କରିଛି l ୱାର୍ଣ୍ଣରଙ୍କ ନେତୃତ୍ୱରେ ଦଳ 2016ରେ ଆଇପିଏଲ ଚମ୍ପିୟାନ ହୋଇଥିଲା l 2018ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍ ରେ ବଲ ଟ୍ୟାମ୍ପରିଙ୍ଗ ଅଭିଯୋଗରେ ୱାର୍ଣ୍ଣର ଗୋଟିଏ ବର୍ଷ ବାସନ୍ଦ ହୋଇଥିବାବେଳେ ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ଦଳରୁ ହଟାଇ ଦିଆଯାଇଥିଲା l 2019 ସଂସ୍କରଣରେ କେନ ୱିଲିୟମସନ୍ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇଥିଲେ l ସନରାଇଜର୍ସ ହାଇଦ୍ରାବାଦ ଦଳର ମ୍ୟାନେଜମେଣ୍ଟ ତରଫରୁ ୱାର୍ଣ୍ଣରଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିବାରୁ ୱାର୍ଣ୍ଣର ବେଶ ଖୁସିଥିବା ଏକ ଭିଡ଼ିଓ ଜାରିକରି ସୂଚନା ଦେଇଛନ୍ତି l ସେ ସନରାଇଜର୍ସ ହାଇଦ୍ରାବାଦ ଦଳ ର ମ୍ୟାନେଜମେଣ୍ଟକୁ ସାଧୁବାଦ ଜଣାଇବା ସହ ୱିଲିୟମସନ୍ ଙ୍କୁ କୃତଜ୍ଞତା ଜଣାଇଛନ୍ତି l

Leave A Reply

Your email address will not be published.