ଦୁଇ ଭଉଣୀଙ୍କୁ ପୋଲିସର ମlଡ଼ ଘଟଣା ପଡିଲା ମହଙ୍ଗା ,ଦେବେ ଏତିକି କ୍ଷତିପୂରଣ

0

୨୮.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  2018 ମେ 6 ତାରିଖରେ ନୂଆପାଲି ନୀଳକଣ୍ଠ ନଗରର ଜମ୍ବେଶ୍ୱର ମଲ୍ଲିକଙ୍କର ଦୁଇ ଝିଅ ଗାୟତ୍ରୀ ଓ ଇତିଶ୍ରୀଙ୍କୁ ପୋଲିସ ଥାନାରେ ବିନା କାରଣରେ ଅଟକ ରଖିଥିଲା l କେଉଁ କାରଣ ପାଇଁ ଅଟକ ରଖାଯାଇଛି ପଚାରିବାରୁ ଥାନା ଇନିସ୍ପେକଟର ସଂଗ୍ରାମ କେଶରୀ ପଟ୍ଟନାୟକ ଦୁହିଁଙ୍କୁ ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା l ଏପରିକି ଦୁହିଁଙ୍କୁ ସେକ୍ସ ରାକେଟରେ ଫସାଇଦେବାକୁ ମଧ୍ୟ ଧମକ ଦିଆଯାଇଥିଲା l ଏହି ନିର୍ଯାତନାରେ ଥାନାର ଦୁଇ ମହିଳା ଏସଆଇ ସସ୍ମିତା ଧଳ ଓ ମିନତୀ ନାୟକ ମଧ୍ୟ ସାମିଲ ଥିଲେ l ତେବେ ଦୁଇ ଭଉଣୀଙ୍କୁ 50000 ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ l ଏହାସହ ଆସନ୍ତା 2ମାସ ଭିତରେ ଘଟଣାର ତଦନ୍ତ ରିପୋର୍ଟ ଗୃହ ବିଭାଗ ଓ ପୋଲିସ ଡିଜିଙ୍କୁ ପ୍ରଦାନ କରିବାଲାଗି କମିସନରେଟ ପୋଲିସକୁ କମିସନ ନିର୍ଦେଶ ଦେଇଛନ୍ତି |ମେ 8ରେ ଏହି ଘଟଣାର ପରବର୍ତୀ ଶୁଣାଣି ହେବ l

Leave A Reply

Your email address will not be published.