ରାଜଧାନୀରେ ପକ୍ଷରୁ ରାତିଅଧିଆ ପୋଲିସର ଚଢାଉ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜଧାନୀର ବିଭିନ୍ନ ଥାନା ଅଂଚଳରେ ଥିବା ହୋଟେଲ ଓ ଲଜ୍‌ରେ କମିସନରେଟ ପୋଲିସ ପକ୍ଷରୁ କଡା ଚେକିଂ ଚାଲିଛି । ବିଳମ୍ବିତ ରାତିରେ ଏଭଳି ଚେକିଂ ଆରମ୍ଭ କରିଛି କମିଶନରେଟ ପୋଲିସ । ରାଜଧାନୀରେ ଡେରା ପକାଉଥିବା ଲୁଟେରା ଏବଂ ଠକଙ୍କୁ ଠାବ କରିବାକୁ ପ୍ରୟାସ କରାଯାଉଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ତେବେ ସୂଚନା ମୁତାବକ,  ଗତକାଲି ବିଳମ୍ବିତ ରାତିରେ ଖାରବେଳନଗର ଥାନା, କ୍ୟାପିଟାଲ ଥାନା, ସହିଦନଗର ଥାନା, ଭରତପୁର ଥାନା, ଲକ୍ଷ୍ମୀସାଗର ଥାନା, ବଡଗଡ ଥାନା, ଖଣ୍ଡଗିରି ଥାନା, ଚନ୍ଦ୍ରଶେଖରପୁର ଥାନା, ନୟାପଲ୍ଲୀ ଥାନା ଆଦି ଥାନା ଅଞ୍ଚଳରେ ଥିବା ହୋଟେଲ ଗୁଡ଼ିକରେ କମିସନରେଟ୍ ପୋଲିସ ପକ୍ଷରୁ ଚଢାଉ କରା ଯାଇଛି । ଅପରାଧୀଙ୍କ ଉପରେ କଡା ନଜର ରଖିବାକୁ ଏଭଳି ପୁଲିସ୍ ଚେକିଂ ହୋଇଥିବା କୁହାଯାଉଛି । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ରେଜିଷ୍ଟର ଚେକିଂ , ବୁକିଂ ଆଦି ସବୁକୁ ପୁଲିସ୍ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ସେଫ୍ ସିଟି ଡ୍ରାଇଭ୍ ଅଭିଯାନ ଅନ୍ତର୍ଗତ ରାତି ସମୟରେ ଏହି ହୋଟେଲ ଗୁଡ଼ିକରେ ଚେକିଂ କରାଯାଇଥିବା କୁହାଯାଉଛି। ରାଜଧାନୀରେ ଡେରା ପକାଉଥିବା ଲୁଟେରା ଏବଂ ଠକଙ୍କୁ ଠାବ କରିବାକୁ ଏଭଳି ଅଭିଯାନ କରାଯାଉଥିବା କମିଶନରେଟ ପୁଲିସ୍ ପକ୍ଷରୁ କୁହାଯାଇଛି।

ସେପଟେ ରାଜଧାନୀରେ ମାତିଛନ୍ତି ମାଟି ମାଫିଆ । ମଳିପଡ଼ା ପଞ୍ଚାୟତର ଗୋଠପାଟଣା ଜଙ୍ଗଲ ଜମିରୁ ବେଆଇନ ଭାବେ ମାଟି ଉଠା ଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଗତ ରାତିରେ ବେଆଇନ୍ ଭାବେ ମାଟି ଉଠାଉଥିବା ବେଳେ ୧୧ଟି ଗାଡିକୁ ଅଟକାଇ ରଖିଥିଲେ ଗ୍ରାମବାସୀ । ଏହାପରେ ଅଟକ ୧୧ଟି ଗାଡିକୁ ପୋଲିସ ସିଜ୍ କରି ଖଣି ଅଧିକାରୀଙ୍କୁ ହସ୍ତାନ୍ତର କରିଛି ।

Comments are closed.