ଜମିଜମାକୁ ନେଇ ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, ଦୁଇ ଗୁରୁତର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ପାଳସିଆ ଗ୍ରାମରେ ଜମିଜମାକୁ ନେଇ ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, ଦୁଇ ଗୁରୁତର। ସୂଚନା ଅନୁସାରେ ଗ୍ରାମ ର ଗୋଦାବରୀ ମହାଳିକ ଓ ବିଜୟ ଦାସ, ସୃଷ୍ଟିଧର ଦାସ ଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ପୂର୍ବରୁ ଶତୃତା ଲାଗି ରହିଥିଲା।

ତେବେ ଗତକାଲି ଦ୍ବିପହରରେ କୈ।ଣସି କଥାକୁ ନେଇ ଉଭୟ ପକ୍ଷ ଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ, ଶ୍ରୀ ଦାସ ଙ୍କ ସପରିବାର ଗୋଦାବରୀ ମହାଳିକ ଙ୍କ ଘରେ ପଶି ଗୋଦାବରୀ ଙ୍କ ସହ ସ୍ତ୍ରୀ ସୁମତୀ,ପୁଅ ବାପି, ପୁତୁରା ଶଶିକାନ୍ତ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।

ତେବେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ବସ୍ତା ମେଡିକାଲ କୁ ଅଣାଯାଇଥିବା ବେଳେ ଅଧିକ ଗୁରୁତର ଥିବା ଦୁଇଜଣଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ବସ୍ତା ପୋଲିସ ଉଭୟପକ୍ଷ ଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତକରି ବିଳମ୍ବିତ ରାତିରେ ଉଭୟ ପକ୍ଷ ରୁ ତିନି ଜଣଙ୍କୁ ଗିରଫ କରି ଆଜି କୋର୍ଟ ପଠାଇଥିବା ଜଣାପଡିଛି।

Comments are closed.