ବିଧାୟକ ଧ୍ରୁବ ସାହୁଙ୍କୁ ମହିଳାଙ୍କ ପ୍ରଶ୍ନ ପିଛା ଛାଡ଼ୁନି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହିଳାଙ୍କ ପ୍ରଶ୍ନ ବାଣରେ ଘାଇଲା ହେଲେ ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁ ,ଉତ୍ତର ପରିବର୍ତେ କ୍ୟାମେରା ଆଗରେ କିଛି କହିବିନି କହି ଚାଲିଗଲେ ବିଧାୟକ | ଏଭଳି ଘଟଣାଟି ଘଟିଛି ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ କାର୍ଯ୍ୟାଳୟ ଭିତରେ | ନିର୍ବାଚନ ସମୟରେ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ପୂର୍ବତନ ନବୀନ ସରକାରଙ୍କ ଦ୍ୱାରା ତିନି ହଜାର ଟଙ୍କା ଦିଆଯାଇଥିଲା ଓ ଏହାର ଦାୟିତ୍ୱ ଗ୍ରୁପର ଏମବିକା ଓ ସିଆରପି ନେଇଥିଲେ କିନ୍ତୁ ବାଲିସାହିପାଟଣା ପଞ୍ଚାୟତ ର ମହିଳା ଗୋଷ୍ଠୀ କୁ ସେହି ଟଙ୍କା ମିଳିନଥିଲା |

ଯେଉଁଥି ପାଇଁ ମହିଳା ମାନେ ରାଗିକି ରହିଥିଲେ, ଆଜି ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁ ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟ ଜଳର ବୋରୱେଲ ଶୁଭଦେବାକୁ ଆସିଥିଲେ ସେଠାରେ ମହିଳା ଙ୍କ ପ୍ରଶ୍ନ ବାଣର ର ଶିକାର ହୋଇଥିଲେ ମହିଳା | ପ୍ରଶ୍ନ କରିଥିଲେ ଗ୍ରୁପ କୁ ଆସିଥିବା ତିନି ହଜାର ଟଙ୍କା ଆମକୁ କାହିଁକି ମିଳିଲା ନାହିଁ ? ଜବାବ ରେ ବିଧାୟକ ଧ୍ରୁବ ସାହୁ କହିଥିଲେ ଯେଉଁ ଟଙ୍କା ସରକାର ଦେଇଛନ୍ତି ସେହି ଟଙ୍କା ବିଷୟରେ କହିପାରିବି ଅନ୍ୟ କୌଣସି ଟଙ୍କା ବିଷୟରେ କହିପାରିବିନାହିଁ| ସବୁ କଥା ସବୁ ଜାଗାରେ କହିହେବନି ସବୁଆଡେ କ୍ୟାମେରା ଧରିଛନ୍ତି ଆମେ ସେ କଥା ପରେ ହେବା |

ତାହେଲେ ନିର୍ବାଚନ ସମୟରେ ମହିଳା ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ମିଳୁଥିବା ଟଙ୍କା କିଏ ଦେଉଥିଲା ତାହା କଣ ସରକାରୀ ଟଙ୍କା ନଥିଲା କି ? ଯଦି ସରକାରୀ ଟଙ୍କା ନଥିଲା ତାହା କେଉଁ ଟଙ୍କା ଥିଲା ତାହା ଏବେ ବିଧାୟକ ଧ୍ରୁବ ସାହୁ ଙ୍କୁ ଅଡୁଆରେ ପକେଇଛଇଛି | ଅନ୍ୟପଟେ ମହିଳା ଅଭିଯୋଗ ଆଣିଛନ୍ତି ସେହି ଟଙ୍କା ଭୋଟ ଦେବା ପାଇଁ ଆସିଥିଲା ଆମକୁ ମିଳିଲା ନାହିଁ |

Leave A Reply

Your email address will not be published.