ଓଡ଼ିଆ ନ୍ୟୁଜ୍: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ।ସତ୍ୟବାଦୀ ଥାନା ବୀରଗୋବିନ୍ଦପୁର ଗାଁରେ ଅଘଟଣ।ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୨ଟାରେ ମଞ୍ଚ ପାର୍ଶ୍ୱରେ ଜଣେ ପୁରୁଷ ଓ ଜଣେ ମହିଳା ବ୍ୟକ୍ତି ବୋଧହୁଏ ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ।
ସୂଚନା ପାଇ ଉପସ୍ଥିତ ସାକ୍ଷୀଗୋପାଳ ଅଗ୍ନିଶମ କେନ୍ଦ୍ରର ଆଗ୍ନିକଭମାନେ ଓ ଭକ୍ତମାନେ ଉଭୟ ଆହତଙ୍କୁ ଚିକିତ୍ସା ନିମନ୍ତେ ବୀରଗୋବିନ୍ଦପୁର ଗ୍ରାମରେ କାଳୀପୂଜା ନିମନ୍ତେ ଖୋଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦୀପସ୍ମିତା ରାୟ ପ୍ରାଥମିକ ଚିକିତ୍ସା ପରେ ଆହତ ଦ୍ବୟଙ୍କୁ ଅଧିକ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେl ସାକ୍ଷୀଗୋପାଳ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେl