ଓଡ଼ିଆ ନ୍ୟୁଜ୍: ବିଜେପିରେ ମିଶିଲେ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ଦେବାଶିଷ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଲେ।
ଗତକାଲି ସେ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ଆଜି ଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି। ଦଳ ଛାଡ଼ିବା ପରେ ବିଜେଡି ଉପରେ ନିର୍ଦ୍ଧୁମ୍ ବର୍ଷିଥିଲେ ଦେବାଶିଷ। ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି କଠିନ ନିଷ୍ପତ୍ତି ନେଇଛି ବୋଲି କହିଥିଲେ । ପରେ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଥିଲେ।
ବିଜେପିରେ ସାମିଲ ହେବା ପରେ ଦେବାଶିଷ କହିଛନ୍ତି- ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଯୋଗ ଦେଇଛି। ବିକଶିତ ଭାରତର ସ୍ୱପ୍ନ ଦେଖିଛନ୍ତି ମୋଦି। ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ହେଉଛି।