ନ୍ୟୁଜ୍ କ୍ଲିକ୍ ସମ୍ପାଦକଙ୍କ ଗିରଫଦାରୀକୁ ‌ଅବୈଧ ଘୋଷଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ମାମଲାରେ ସୁପ୍ରିମକୋର୍ଟ ବୁଧବାର ନ୍ୟୁଜ୍ କ୍ଲିକ୍ ସମ୍ପାଦକ ପ୍ରବୀର ପୁରକାୟାସ୍ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଙ୍କୁ ତୁରନ୍ତ ଜେଲ୍‌ରୁ ମୁକ୍ତ କରିବା ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତାଙ୍କ ଗିରଫଦାରୀକୁ ବେଆଇନ ବୋଲି କହି ସୁପ୍ରିମକୋର୍ଟ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦ ନିରୋଧ ଆଇନ ୟୁଏପିଏ ବଳରେ ଦିଲ୍ଲୀ ପୁଲିସ ତାଙ୍କୁ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ କରିଥିଲା | ଏହି ମାମଲାର ଶୁଣାଣି ଜଷ୍ଟିସ ବିଆର ଗାଭାଇ ଓ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠରେ ହୋଇଥିଲା ।

ଏହି ମାମଲାରେ ଖଣ୍ଡପୀଠଙ୍କ ନିକଟରେ ରିମାଣ୍ଡ କପି ପ୍ରଦାନ କରାଯାଇନଥିବା ଏହା ମାମଲାର ବୈଧତାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି ବୋଲି କୋର୍ଟ କହିଛନ୍ତି । ଏହା ସହ ଟିପ୍ପଣୀରେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି, ମାମଲାର ଗିରଫଦାରୀ ଆଧାର ସମ୍ପର୍କରେ କୋର୍ଟଙ୍କ ନିକଟରେ ତଦନ୍ତକାରୀ ସଂସ୍ଥା (ଦିଲ୍ଲୀ ପୋଲିସ) କିଛି ସ୍ପଷ୍ଟ ଦଲିଲ ଦାଖଲ କରିନି । ଏହା କାର୍ଯ୍ୟାନୁଷ୍ଠାନକୁ ସିଧା ବେଆଇନ ବୋଲି ଦର୍ଶାଉଛି । ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡ ନିର୍ଦ୍ଦେଶ ମଧ୍ୟ ବୈଧ ନୁହେଁ । ଏପ୍ରିଲ 30 ତାରିଖରେ ପୁରକାୟାସ୍ତଙ୍କ ଗିରଫଦାରୀ ପରେ ତାଙ୍କ ଓକିଲଙ୍କୁ ଅବଗତ ନକରି କିମ୍ବା କୌଣସି ଆଇନଗତ ସହାୟତାର ସୁଯୋଗ ନଦେଇ ତରବରିଆ ଭାବେ ମାଝିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ସମ୍ପର୍କରେ ମଧ୍ୟ କୋର୍ଟ ଦିଲ୍ଲୀ ପୋଲିସ ଉପରେ ବର୍ଷିଛନ୍ତି ।

ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରିବା ପରେ ତାଙ୍କ ଓକିଲଙ୍କୁ ସୂଚନା ନଦିଆଯାଇ କାହିଁକି ତରବରିଆ ଭାବେ ତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଥିଲା ବୋଲି ଏପ୍ରିଲ ୩୦ ତାରିଖରେ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଥିଲେ। କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଯେ ପ୍ରବୀର ପୁରକାୟସ୍ଥଙ୍କ ଓକିଲ ତାଙ୍କ ରିମାଣ୍ଡ ଦରଖାସ୍ତ ପାଇବା ପୂର୍ବରୁ ରିମାଣ୍ଡ ନିର୍ଦ୍ଦେଶ ପାରିତ ହୋଇଯାଇଥିଲା। ଗତ ବର୍ଷ ଅକ୍ଟୋବର ୩ ତାରିଖରେ ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରାଯାଇଥିଲା। ନ୍ୟୁୟର୍କ ଟାଇମ୍ସରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବାର କିଛି ଦିନ ପରେ ଦିଲ୍ଲୀ ପୁଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ନ୍ୟୁଜ୍‌କ୍ଲିକ୍ ଚାଇନାର ପ୍ରଚାର ପ୍ରସାର କରିବା ପାଇଁ ଏକ ନେଟୱର୍କରୁ ପାଣ୍ଠି ପାଉଛି ବୋଲି ଏଥିରେ କୁହାଯାଇଥିଲା।

Leave A Reply

Your email address will not be published.