ରାଜଧାନୀ ଦିଲ୍ଲୀରେ ପୁଣି ବୋମା ଧମକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ବୋମା ଧମକ। ପ୍ରଥମେ ସ୍କୁଲ ଓ ହସ୍ପିଟାଲ ଆଉ ଏବେ ତିହାର ଜେଲ୍‌ରେ ବୋମା ଥିବା ନେଇ ଧମକ ମିଳିଛି। ମଙ୍ଗଳବାର ଏକ ଇମେଲ ମାଧ୍ୟମରେ ଏହି ଧମକ ମିଳିବା ପରେ ଜେଲ ପ୍ରଶାସନ ପକ୍ଷରୁ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା। ଏହାକୁ ନେଇ ପୋଲିସ ଆଲର୍ଟରେ ରହିଛି। ଏପରିକି ଜେଲ ପରିସରରେ ଡଗ୍‌ ସ୍କ୍ବାର୍ଡକୁ ନେଇ ସର୍ଚ୍ଚ ଅପରେଶନ ଚଳାଉଛି।

ସେହିଭଳି ଜେଲ୍‌କୁ ଆସୁଥିବା ଏବଂ ଯାଉଥିବା ଲୋକଙ୍କ ଉପରେ ରୋକ ଲଗାଯାଇଛି। ଗତକାଲି ଦିଲ୍ଲୀର ଅନେକ ହସ୍ପିଟାଲକୁ ଉଡ଼ାଇ ଦେବା ନେଇ ଧମକ ମିଳିଥିଲା। ସେଥିରେ ସାମିଲ ରହିଥିଲା ପଚାନ୍ଦ ବନ୍ଧୁ ହସ୍ପିଟାଲ୍, ଦାଦା ଦେବ ହସ୍ପିଟାଲ୍, ହେଡଗୱାର୍ ହସ୍ପିଟାଲ୍ ଏବଂ ଗୁରୁ ତେଗ ବାହାଦୂର ହସ୍ପିଟାଲ୍। ବୋମା ଧମକ ମିଳିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଚାରିଆଡ଼େ ସର୍ଚ୍ଚ ଅପରେସନ ଜାରି ରହିଛି। ଗତ ଦୁଇ ଦିନ ହେବ ଏଭଳି ଧମକ ମିଳୁଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସୂଚନା ମୁତାବକ ଦୁଇଦିନ ତଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଧମକ ମିଳିଥିଲା। ଏବେ ମିଳିଥିବା ଧମକପୂର୍ଣ୍ଣ ଇମେଲ୍‌ରେ ଲେଖାଯାଇଛି ଯେ, ଜେଲ୍‌ର ବିଭିନ୍ନ ବିଲ୍ଡିଂରେ ବୋମା ଖଞ୍ଜାଯାଇଛି। ଆଉ କିଛି ସମୟ ମଧ୍ୟରେ ଏହା ଫାଟିବ। ଏହାକୁ ଗୁରୁତ୍ୱର ସହ ନିଅନ୍ତୁ, ନଚେତ ଗୋଟିଏ ଭୁଲ ପାଇଁ ରକ୍ତର ନଦୀ ବହିବ।

Leave A Reply

Your email address will not be published.