ରାଜସ୍ଥାନରେ ଲିଫ୍ଟ ଭୁଶୁଡ଼ିବା ପରେ ଉଦ୍ଧାର ହୋଇ ସାରିଲେଣି ୧୪ ଜଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜସ୍ଥାନର ଝୁନଝୁନ ଜିଲ୍ଲାରେ HCLର କୋଲିହାନ କପର ଖାଦାନରେ ଲିଫ୍ଟରେ ଛିଣ୍ଟିଯିବାରୁ ଫସିଥିବା ସମସ୍ତ ୧୪ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏବେ ସୁଦ୍ଧା କୋଲକାତା ଭିଜିଲାନ୍ସ ଦଳର ସଦସ୍ୟଙ୍କ ସମେତ ଚଉଦ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମେ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତା’ପରେ ଅବଶିଷ୍ଟ ୧୧ ଜଣଙ୍କୁ ଉଦ୍ଧ‌ାର କରାଯାଇଛି।

ରାତାରାତି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇ କୋଲିହାନ ଖଣିରେ ୫୭୭ ମିଟର ଗଭୀରରେ ଅଟକି ରହିଥିବା କର୍ମଚାରୀଙ୍କୁ ବାହାରକୁ  ଅଣାଯାଇଛି। ଉଦ୍ଧାର ହେବା ପରେ ଗୁରୁତର ଆହତ ତିନି ଜଣଙ୍କୁ ଜୟପୁରର ଏକ ଡାକ୍ତରଖାନା ନିଆଯାଇଥିଲା। ଝୁନଝୁନ ସରକାରୀ ହସ୍ପିଟାଲ ଡାକ୍ତର କହିଛନ୍ତି, ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଜୟପୁର ପଠାଇ ଦିଆଯାଇଛି। ଅନ୍ୟମାନଙ୍କର ହାତ, ଗୋଡ଼ ଭାଙ୍ଗିଥିବା ବେଳେ ଜୀବନ ପ୍ରତି ବିପଦ ନାହିଁ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇ ଯାଇ। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିଲା। ।

କୋଲକତାରୁ ରାଜସ୍ଥାନ ଯାଇଥିବା ଭିଜିଲାନ୍ସ ଟିମ୍‌ HCLକୁ ଯାଇଥିଲେ। କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଭିଜିଲାନ୍ସ ଟିମ୍‌ ସଦସ୍ୟ ସମୁଦାୟ ୧୪ ଜଣ ଲିଫ୍ଟରେ ଥିବା ବେଳେ ପ୍ରାୟ ୧୮ଶହ ଫୁଟ ତଳେ ତାହା ଛିଣ୍ଡି ଯାଇଥିଲା। ଖବର ପାଇ ତୁରନ୍ତ ବରିଷ୍ଠ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ଏଥିସହ ଡାକ୍ତରୀ ଟିମ୍‌ ଘଟଣାସ୍ଥଳରେ ମୁତୟନ ଥିବା ବେଳେ ଆଖପାଖ ହସ୍ପିଟାଲର ଆମ୍ବୁଲାନ୍ସ ବି ପହଞ୍ଚି ଯାଇଥିଲା।

Leave A Reply

Your email address will not be published.