ଶପଥ ନେଲେ ଦୀପାଳି, କହିଲେ “ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିଵି”

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଝାରସୁଗୁଡାକୁ ମିଳିଛି ମୁଖିଆ । ଝାରସୁଗୁଡ଼ା ବିଧାୟିକା ଭାବେ ନବନିର୍ବାଚିତା ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି। ବିଧାନସଭାରେ ତାଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂହ ଶପଥ ପାଠ କରାଇଛନ୍ତି।

ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଇଛନ୍ତି ଦୀପାଳି।ଏହି ଅବସରରେ କେତେକ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ଶପଥ ଗ୍ରହଣ କରିବା ପରେ ନିଜର ପ୍ରତିକ୍ରିୟାରେ ଦୀପାଳି ଦାସ କହିଛନ୍ତି, ମୁଁ ଝାରସୁଗୁଡ଼ାବାସୀଙ୍କ ସେବା କରିବି। ଏହାଛଡ଼ା ବାପାଙ୍କ ଅଧୁରା ସ୍ବପ୍ନ ପୂରଣ ଦିଗରେ କାମ କରିବି।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଦୀପାଳି  ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୭୨୧ ଅଧିକ ଭୋଟ ପାଇ  ବିଜୟୀ ହୋଇଛନ୍ତି। ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ଶନିବାର ତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ କଥାବାର୍ତ୍ତା ହୋଇ ଅଭିନନ୍ଦନ ଜଣାଇଥିଲେ। ଏହି ବିଜୟ ସହ ଝାରସୁଗୁଡ଼ାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟ କରାଇଥିବାରୁ ଝାରସୁଗୁଡ଼ାବାସୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ। ତେଣେ ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୀପାଳି ଦାସ ଭେଟିଥିଲେ।ବିଧାୟିକା ଭାବେ ଶପଥ ନେବାପରେ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସେବା କରିବି। ମହିଳା ମାନଙ୍କ ଉନ୍ନତି ପାଇଁ କାମ କରିଵି। ମୋ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ ପାଇଁ କାର୍ଯ୍ୟ କରିବି।

ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ଦୀପାଳି। ଝାରସୁଗୁଡ଼ାର ବିକାଶକୁ ଆଗେଇ ନେବା ସହ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଦୀପାଳିଙ୍କୁ ନବୀନ ପରାମର୍ଶ ଦେଇଥିଲେ। ଦୀପାଳି ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ସହ ବାପା ଛାଡ଼ିଯାଇଥିବା ଅଧୁରା କାମକୁ ପୂରଣ କରିବେ କହିଥିଲେ।

 

Leave A Reply

Your email address will not be published.