କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ଦୀପକେ

0

ଓଡ଼ିଆ ନ୍ୟୁଜ୍: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ଦୀପକେ।  କକ୍ରୋଚ ଜନତା ପାର୍ଟି (ସି‌ଜେପି) ପ୍ରତିଷ୍ଠାତା ଅଭିଜିତ ଦୀପକେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଯଦି ଛାତ୍ରଙ୍କ ଦାବିକୁ ଅଣଦେଖା କରାଯାଏ ତେବେ ଆନ୍ଦୋଳନ ବ୍ୟାପକ ରୂପ ନେବ ବୋଲି ଦୀପକେ ଚେତାବନୀ ଦେଇଛନ୍ତି। ଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଦୀପ୍‌କେ କହିଛନ୍ତି, ଯଦି କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୁଅନ୍ତି, ତେବେ ଆନ୍ଦୋଳନ କେବଳ ପ୍ରଧାନଙ୍କ ଇସ୍ତଫା ଦାବିରେ ସୀମିତ ରହିବ ନାହିଁ। କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଚାଲିଥିବା ପ୍ରତିବାଦ ମଧ୍ୟରେ ଗୁରୁବାର ଜନ୍ତର ମନ୍ତରରେ ପୁଲିସ ବାହିନୀ ମୁତୟନ ହେବା ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ରହିଛି।

ଜନ୍ତର ମନ୍ତରକୁ ଯାଉଥିବା କିମ୍ବା ଫେରିବା ସମୟରେ ରାସ୍ତାରୁ ଛାତ୍ରମାନଙ୍କୁ ଉଠାଇ ନିଆଯାଇ ଅଟକ ରଖାଯାଉଥିବାର ସିଜେପି ପକ୍ଷରୁ ସାମାଜିକ ଗଣମାଧ୍ୟମ‌ ‘ଏକ୍ସ’ରେ ପୋଷ୍ଟ କରି କୁହାଯାଇଛି। ଛାତ୍ରମାନଙ୍କୁ ଏପରି ମନମୁଖୀ ଭାବେ ଅଟକ ଓ ହଇରାଣ ବନ୍ଦ କରିବାକୁ ଦିଲ୍ଲୀ ପୁଲିସକୁ ଅନୁରୋଧ କରୁଛୁ। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନରେ ଯୋଗ ଦେବା ଅପରାଧ ନୁହେଁ। ବୋଲି ସିଜେପି କହିଛି।

Leave A Reply

Your email address will not be published.