ଦୀପାବଳି ପୂର୍ବରୁ ବର୍ଷାରେ ଝୁମିଲା ଦିଲ୍ଲୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୀପାବଳି ପୂର୍ବରୁ ବର୍ଷାରେ ଝୁମିଲା ରାଜଧାନୀ ଦିଲ୍ଲୀ । ଗୁରୁବାର ଦିଲ୍ଲୀ ପାଣିପାଗରେ ହଠାତ୍ ପରିବର୍ତ୍ତନ ଆସିଛି । ଦିଲ୍ଲୀ ସହିତ ଏନସିଆର୍ ଆଦି ଅନେକ ଅଞ୍ଚଳରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହୋଇଛି । ରାତି ସାରା ବର୍ଷା ହୋଇଥିବାରୁ ଶୀତର ପ୍ରକୋପ ବଢିଛି ଏବଂ ଏୟାର କ୍ବାଲିଟି ଇଣ୍ଡେକ୍ସ ୧୦୦ ପାଏଣ୍ଟ ହ୍ରାସ ପାଇଛି ।

ପ୍ରଦୂଷଣରେ କଳବଳ ହେଉଥିବା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଖୁସି ଖବର |ଆଜି ସକାଳୁ ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ସଫା ରହିଛି। ବିଜୟଚୌକ୍, କର୍ତ୍ତବ୍ୟପଥ, ରାଜଘାଟ ସମେତ ପୂରା ଅଞ୍ଚଳ ଏବେ ପ୍ରଦୂଷଣ ମୁକ୍ତ ହୋଇଛି। ବହୁ ଦିନ ପରେ ଲୋକେ ବିନା ମାସ୍କରେ ବାହାରକୁ ବାହାରିଛନ୍ତି |ସେହିପରି ଗୁରୁବାର ମୟାନଗରୀ ମୁମ୍ବାଇର କିଛି ଅଞ୍ଚଳରେ ବର୍ଷା ହୋଇଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, କାଞ୍ଜୁରମାର୍ଗ, ଭାଣ୍ଡୁପ, ମୁଲୁଣ୍ଡ, ପଓ୍ବାଇ, ଆରେ ଏବଂ ମୁମ୍ବାଇରେ ବର୍ଷା ହୋଇଛି । ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ଓ ଏନ୍‌ସିଆର୍‌(ଗୁରୁଗ୍ରାମ), ରୋହତକ(ହରିୟାଣା)ର ଭିନ୍ନ ଭିନ୍ନ ସ୍ଥାନ ଏବଂ ଆଖପାଖ ଅଞ୍ଚଳରେ ହାଲୁକା ଓ ମଧ୍ୟମ ଧରଣର ବ୍ରଜପାତ ସହ ବର୍ଷା ହେବା ସମ୍ଭାବନା ରହିଛି।

ପ୍ରଦୂଷଣ କମ କରିବା ପାଇଁ ଦିଲ୍ଲୀରେ କରାଯିବ କୃତ୍ରିମ ବର୍ଷା କରିବା ପାଇଁ ପୂର୍ବରୁ ଦିଲ୍ଳୀ ସରକାର ଯୋଜନା କରିଥିଲେ। ଶୀତ ଆରମ୍ଭ ନହେଉଣୁ ଦିଲ୍ଲୀର ବାୟୁ ମାନ ଖରାପ ହେବାକୁ ଲାଗିଥିବା ଦେଖି ସରକାରଙ୍କ ଚିନ୍ତା ବଢ଼ିଛି। ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ବି ପ୍ରଦୂଷଣ କମ ହେବାର ନାମ ନେଉନାହିଁ। ପରିସ୍ଥିତିକୁ ଦେଖି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର ଦିନ ଆଇଆଇଟି କାନପୁରର ଏକ ଟିମ୍ ସହିତ ବୈଠକ କରିଥିଲେ। ଟିମ ସହ ସହରରେ ବାୟୁ ମାନରେ ସୁଧାର ଆଣିବା ପାଇଁ କୃତ୍ରିମ ବର୍ଷା କରିବା ପ୍ରସ୍ତାବ ଉପରେ ମନ୍ତ୍ରୀ ଗୋପାଳ ରାୟ ଆଲୋଚନା କରିଥିଲେ।

Leave A Reply

Your email address will not be published.