ପାଟଣାଗଡ଼: ପୁଷ ପୁନି ପାଇଁ ସରକାରୀ ଛୁଟି ଘୋଷଣା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପଶ୍ଚିମ ଓଡ଼ିଶାର ଏକ ମହାନ ପର୍ବ ଆଜି ପୁଷପୁନି ପାଳନ କରାଯାଉଥିବା ବେଳେ ଆଜି ରାଜ୍ୟ ସରକାର ଛୁଟି ଘୋଷଣା କରି ନ ଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ତରଫରୁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି କୋଶଲ ରାଏଜ ର ଆବାହକ ସୁଶୀଳ କୁମାର ଗୁରୁ ଓ ଅନ୍ୟତମ ଆବାହକ ସୁବାସ ଚନ୍ଦ୍ର ଆଚାର୍ଯ୍ୟ ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କୁ ଭେଟି ଅସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ରଖି ପଶ୍ଚିମ ଓଡିଶାରେ ହେଉଥିବା ବିଭିନ୍ନ ପର୍ବ ପର୍ବାଣୀ ପାଇଁ ସରକାରୀ ଛୁଟି ଘୋଷଣ କରୁ ନଥିବା ପଶ୍ଚିମ ଓଡିଶା ପ୍ରତି ପାତର ଅନ୍ତର ଏହା ଏକ ଜ୍ୱଳନ୍ତ ଉଦାହରଣ।

ଗଣ ପର୍ବ ନୂଆଖାଇ ଛୁଟିକୁସରକାରୀ କେକେଣ୍ଡ ରେ 3 ପରିବର୍ତେ ଗୋଟିଏ ଦିନଛୁଟି ରହିଛି। ଓ ପୁଷପୁନିକୁ2 ଦିନ ଛୁଟି ଘୋଷଣା କରିବା ପାଇଁ ଦାବି କରିଛନ୍ତି। ସରକାର ଏହାର ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ଆବାହକ ସୁଶୀଳ ଗୁରୁ କହିଛନ୍ତି।a

Leave A Reply

Your email address will not be published.