ଶୈବ ପିଠାରେ ପାରମ୍ପରିକ ରୀତିନୀତି ଦେବ ଦମ୍ପତିଙ୍କ ବିବାହ ସମ୍ପର୍ଣ୍ଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ପ୍ରସିଦ୍ଧ ପୁର୍ନେଶ୍ୱର ଶୈବ ପିଠାରେ ପାରମ୍ପରିକ ରୀତିନୀତି ଅନୁସାରେ ଦେବ ଦମ୍ପତିଙ୍କ ବିବାହ ସମ୍ପର୍ଣ୍ଣ | କରଞ୍ଜିଆ ପ୍ରସିଦ୍ଧ ପୁର୍ନେଶ୍ୱର ପୀଠରେ ମହାସମାରୋହରେ ଦେବ ଦମ୍ପତ୍ତିଙ୍କ ବିବାହ ଶେଷ ହୋଇଛି । ଦିନରେ ବରଧରା ଶୋଭାଯାତ୍ରା ପରେ ରାତି ୮ ଟାରେ ବାହାରିଥିଲା ବର ଶୋଭାଯାତ୍ରା ।

ରୀତିନୀତି ଅନୁଯାୟୀ ମହାଦେବଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ, ଇନ୍ଦ୍ର, ଯମ, ନାରଦ ଆଦି ଦେବଗଣ । ଏଥିରେ ଶହଶହ ଭକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପୂର୍ବାହ୍ନରେ ମହାରୁଦ୍ରାଭିଷେକ, ହୋମଯଜ୍ଞ ଅନୁଷ୍ଠିତ ହେବା ପରେ ସଂଧ୍ୟାରେ ବିବାହ ଅନୁଷ୍ଠିତ ହୋଇଥିଲା । ବାଦ୍ୟ, ରୋଷଣୀ, ଘଣ୍ଟ ଓ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ପରିବେଶ । ଭକ୍ତମାନେ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ବରଯାତ୍ରୀ ହୋଇ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହ ପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଇଥିଲା | ଦେବ ଦମ୍ପତିଙ୍କ ବିବାହ ହେଲେ ଲୋକଙ୍କ ମଧ୍ୟରେ ଚେତନା ସୃଷ୍ଟି ହେବା ସହ ବିଶ୍ୱର ଜନକଲ୍ୟାଣ ସାଙ୍ଗକୁ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଲୋକଙ୍କ ବିଶ୍ୱାସ ରହିଛି।

ବାଜା, ସଂକୀର୍ତ୍ତନର ତାଳେ ତାଳେ ନୃତ୍ୟ କରିବା ସହ ବାଣ ଫୁଟାଇ ଶୋଭାଯାତ୍ରା କରାଯାଇଥିଲା। ସ୍ଥାନୀୟ ମନ୍ଦିର ପରିସରରେ ବ୍ରାହ୍ମଣଙ୍କ ଦ୍ୱାରା ହସ୍ତଗଣ୍ଠି ପଡିବା ପରେ ହୋମଯଜ୍ଞ କରାଯାଇ ମହାଦେବ ଓ ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଥିଲା। ଉତ୍ତପ୍ତ ଧରାପୃଷ୍ଠ ଶୀତଳ ହେବା ସହ ବିଶ୍ୱର ଜନକଲ୍ୟାଣ ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି। ଆୟୋଜନ କମିଟି ତରଫରୁ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସହ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା |

Leave A Reply

Your email address will not be published.