ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ପରଠାରୁ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହି ଆସିଛି । ବିଶେଷ କରି ବିଧାୟକଭାବେ ସ୍ୱାଧୀନ ପ୍ରାର୍ଥୀ ହିମାଶୁଂ ଶେଖର ସାହୁ ନିର୍ବାଚିତ ହେବା ପରଠାରୁ ସେ ବିବାଦ ଘେରରେ ଅଛନ୍ତିି । ଯାହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ,ରାଜନୈତିକ ଦଳ ବିରୋଧ ଜାରି ରଖିଛନ୍ତି । ଧର୍ମଶାଳା ତହସିଲ ଅଂଚଳ ଖଣି ଖାଦାନରେ ନିଦ୍ଧିଷ୍ଟ ବ୍ୟକ୍ତିଙ୍କୁ ବାଦ ଦେଇ ନିର୍ଦ୍ଧଷ୍ଟ ଦଳକୁ ଟାର୍ଗେଟ କରିବା ହେଉ ଅବା ବଲେ ବଲେ ଢାବା ନାଁରେ ମିଥ୍ୟା ଅଭିଯୋଗ କରିବା ସୁବବେଳେ ବିଧାୟକ ଓ ତାଙ୍କ ସମର୍ଥକ ବ୍ୟାକଫ୍ରୁଟ୍ରେ ରହି ସାଧାରଣରେ ନିଦ୍ଧିତ ହେଉଛନ୍ତି ।
ବିଜେଡି ବିଜେପି ପରେ ଏବେ କଂଗ୍ରେସ ବିଧାୟକଙ୍କ ବିରୋଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏଆଇସିସି ସଦସ୍ୟା ମଧୁସ୍ମିତା ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମୀନଳୀରେ ବିଧାୟକ ଧର୍ମଶାଳାରେ ଭୟର ବାତାବରଣ ସୃଷ୍ଟି କରିଥିବା ଅଭିଯୋଗ ଆଣିଛନ୍ତି । କଳ୍ପତରୁ ଷ୍ଟଡିୟମ ପରିସରରେ ଥିବା କଳ୍ପତରୁ ଦାସଙ୍କ ପ୍ରତିମୂର୍ତିରେ ଗୋରୁଆ କପଡା ଘୋଡାଇବା ଘଟଣାରେ ବିଧାୟକ ସମର୍ଥକଙ୍କ ହାତ ଥିବା ଅଭିଯୋଗ ଆସିଥିଲା । ଜାରକା ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବରେ ପରିଚାଳନା କମିଟିର ସଦସ୍ୟଙ୍କୁ ନିମନ୍ତ୍ରୀତ ନ କରିବା ପଛରେ ଖୋଦ ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ କଲେଜ ଅଧ୍ୟକ୍ଷ ଗଣମାଧ୍ୟମରେ ବୟାନ ଦେଇଥିଲେ । ଏଥି ସହିତ ଧର୍ମଶାଳା ମହୋତ୍ସବ କମିଟି ଭାଙ୍ଗିବା ଓ ରାମକୋ କାରଖାନା ପରିଚାଳନା ଦାୟିତ୍ୱ ନେଇ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ଓ ରାଜ୍ୟ ବାହାରକୁ ବଦଳି କରିବା ଘଟଣାରେ ବିଧାୟକଙ୍କୁ ସାଧାରଣରେ ଦାୟୀ କରାଯାଉଛି ।
ଏଥି ସହିତ ଧର୍ମଶାଳା ବ୍ଲକ ପରିସରରେ ସ୍ଥାନୀୟ ଲୋକପ୍ରତିନିଧି ବିଡିଓଙ୍କ ଦାବି ପତ୍ର ଦେବା ଘଟଣାରେ ସେମାନଙ୍କୁ ଦୃବ୍ୟବହାର କରିବା ସାଧାରଣରେ ନାପସନ୍ଦ କରାଯାଇଛି । ଏଭଳି ଅନେକ ଘଟଣାକୁ ନେଇ ବିଦାଦୀୟ ହୋଇପଡି ଥିବା ବେଳେ , ଧର୍ମଶାଳା ବିଧାୟକଙ୍କ କାର୍ଯ୍ୟାଳୟ ସରକାରୀ ଜାଗାରେ ହୋଇଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଥିଲେ । ଧର୍ମଶାଳାରେ ପିସି କାରବାର ,ସ୍ମିତାରାଣୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ରୂପେଶ ଭଦ୍ରଙ୍କୁ ସୁରକ୍ଷା ଦେବା ଘଟଣାକୁ ନେଇ ଏଆଇସିସି ସଦସ୍ୟା ମଧୁସ୍ମିତା ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲି ବିଧାୟକଙ୍କୁ କଟୁ ସମାଲୋଚନା କରିଛନ୍ତି । ଏବେ ଧର୍ମଶାଳା ଅଶାନ୍ତ ହୋଇପଡିଛି ବୋଲି ସେ କହିଛନ୍ତି ।