ବର୍ଷାରେ ଭିଜିଭିଜି ବାରିପଦାରେ ରୋଡ୍ ସୋ କଲେ ଧର୍ମେନ୍ଦ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଗାମୀ ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୟୂରଭଞ୍ଜ ଜିଲ୍ଲାରେ ମାରାଥନ୍ ପ୍ରଚାର କରିଛନ୍ତି। ମରୋଡ଼ାରେ ସାଧାରଣ ସଭା ସହିତ ବାରିପଦାରେ ଏକ ବିଶାଳ ରୋଡ଼ ସୋ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ହେଲେ ବାତ୍ୟା ଜନିତ ଲଘୁଚାପ ବର୍ଷା ସବୁ ଫିକା କରି ଦେଇଥିଲା କାରଣ ଖରାପ ପାଗଲଗି ହେଲିକପ୍ଟର ଉଡ଼ି ନପରିବାରୁ ପ୍ରଥମ ୪ଟି କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଥିଲା।

ଶେଷରେ ସଡ଼କ ବାଟରେ ଆସି ମରୋଡ଼ାରେ ପରିବର୍ତନ ସମାବେଶ କରିବା ସହିତ ବାରିପଦାରେ କରିଛନ୍ତି ଏକ ବିଶାଳ ରୋଡ଼ ସୋ। ତୁହାକୁ ତୁହା ବର୍ଷା ପରେବି ଦୁଇଟି ଯାକ କାର୍ଯ୍ୟକ୍ରମ ରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି। ମରୋଡ଼ାରେ ମଞ୍ଚ ସମ୍ମୁଖରେ ଶହଶହ ମହିଳା ଓ ସ୍ଥାନୀୟ ବାସିନ୍ଦା ଛତା ଧରି କେନ୍ଦ୍ରମନ୍ତ୍ରୀ ଙ୍କ ଭାଷଣ ଶୁଣିବାର ଦେଖାବାକୁ ମିଳିଥିଲା। ସେହିପରି ବାରିପଦାରେ ହଜାର ହଜାର ଯୁବ ଓ ମହିଳା ସମର୍ଥକ ବର୍ଷାରେ ଭିଜି ଛତା ଧରି ବିଶାଳ ରୋଡ଼ ସୋ ରେ ସାମିଲ ହୋଇଥିଲେ। ଏହି ବିଶାଳ ରୋଡ ସୋ ବାରିପଦା ଛଉ ପଡ଼ିଆରୁ ବାହାରି କୃଷ୍ଣଚନ୍ଦ୍ର ଗୋଲେଇ ହୋଇ ଷ୍ଟେସନ ବଜାର ଛକ ଯାଏଁ ଯାଇଥିଲା।

ଏହି ରୋଡ ସୋ ରେ ଧର୍ମେନ୍ଦ୍ର ପ୍ରଧାନ ବାରିପଦା ର ଜନ ସାଧାରଣ ଙ୍କୁ ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ ଓ ବାରିପଦା ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ୍ ଙ୍କ ଲାଗି ଭୋଟ ଭିକ୍ଷା କରିଛନ୍ତି। ଏଭଳି ପ୍ରତିକୂଳ ପାଗରେ ବାତ୍ୟା ପ୍ରଭାବରେ ହେଉଥିବା ତୁହାକୁ ତୁହା ବର୍ଷା କୁ ଖାତିର ନକରି ଯେଭଳି ମୟୂରଭଞ୍ଜ ବାସୀ ଜନ ସମର୍ଥନ ଦେଇଛନ୍ତି ତାହା ଦେଖିବା ପରେ ମୟୂରଭଞ୍ଜ ରେ ପରିବର୍ତ୍ତନ ର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ବୋଲି ନିଜେ ମତ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Leave A Reply

Your email address will not be published.