ସମ୍ବଲପୁର ଖିଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପରିବାର ଲୋକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୫ ତମ ଜନ୍ମ ଜୟନ୍ତୀ । ସମ୍ବଲପୁର ଖିଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତ୍ରୀ ସମାରୋହରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୀରସୁରେନ୍ଦ୍ର ସାଏଙ୍କ ମାଲ୍ୟାର୍ପଣ କରିବା ସହ ପରିବାର ଲୋକଙ୍କୁ ଭେଟିଛନ୍ତି । ଇଂରେଜ ବିରୁଦ୍ଧରେ ଜାତିର ଜନ ନେତାଙ୍କ ଅନନ୍ୟ ସାହାସର ପ୍ରତୀକ ଥିଲେ ବୀର ସୁରେନ୍ଦ୍ର ସାଏ । ବୀର ସୁରେନ୍ଦ୍ର ସାଏ ସେ ସମୟରେ ଜନ ଆନ୍ଦୋଳନ ଓ ଲୋକ ଆନ୍ଦୋଳନ ତିଆରି କରିଥିଲେ ।

ଇତିହାସରେ ତାଙ୍କର ସ୍ଥାନ ଠିକ ଭାବେ ଲେଖାଯାଇନି । ନୂଆ ପାଠ୍ୟକ୍ରମ ଲେଖା ହେଲେ ବୀର ସୁରେନ୍ଦ୍ର ସାଏଙ୍କ ଲମ୍ବା ସମୟର ଗାଥାକୁ ଲେଖାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେପଟେ ଆସନ୍ତା ନିର୍ବାଚନରେ ନିଜେ ଲଢ଼ିବା କଥାକୁ ଏଡାଇ ଦେଇଯାଇଥିଲେ ଧର୍ମେନ୍ଦ୍ର । ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମହାରାଷ୍ଟ୍ରର ପ୍ରସିଦ୍ଧ ଶନି ମନ୍ଦିରରେ ସୁନାର କଳସ ଦାନ କରିବା ଘଟଣାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ତାଛଲ୍ୟ କରିଛନ୍ତି ।

Leave A Reply

Your email address will not be published.