ଓଡ଼ିଆ ନ୍ୟୁଜ୍:ଅତାବିରା ବ୍ଲକ ହିରଲୀପାଲ୍ଲି ଗାଁରେ ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ୬୦ରୁ ଅଧିକ ଆକ୍ରାନ୍ତ, ୫ ଜଣ ଗୁରୁତର । ଅଧିକ ଚିକିତ୍ସା ପାଇଁ ୭ ଜଣଙ୍କୁ ବୁର୍ଲା ସ୍ଥାନାସ୍ତର । ହିରଲୀପାଲ୍ଲି ଗାଁରେ ଅତାବିରା ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଟିମ୍ ପହଞ୍ଚିଛି । ପାଣି ନମୂନା ସଂଗ୍ରହ ସହ ଲୋକଙ୍କୁ ସଚେତନ କରୁଛନ୍ତି । ଏଥିପାଇଁ ଗ୍ରାମର ମନ୍ଦିର ପଡ଼ା ବ୍ଲକ ଘରେ ଏକ ଅସ୍ଥାୟୀ କ୍ୟାମ୍ପ ଖୋଲାଯାଇଛି । ଡାକ୍ତରୀ ଦଳ ୨୪ଘଣ୍ଟିଆ ସେବା ଯୋଗାଉଛନ୍ତି । ଏପର୍ଯ୍ୟନ୍ତ ୭ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।ସେପଟେ କଣାସରେ ବ୍ୟାପିଲାଣି ଝାଡ଼ାବାନ୍ତି । ୬ ଦିନରେ ୬୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା ହୋଇସାରିଥିବା ବେଳେ, କଣାସର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ପୁରୀ ଜିଲ୍ଲାପାଳ ଓ ସିଡିଏମଓ ।
ମେଡିକାଲର ସ୍ଥିତି ଅନୁଧ୍ୟାନ କରିବା ସହ ଅପରିଷ୍କାର ପାଣିରେ ଭୋଜି ଭାତ କରିବାକୁ ବାରଣ କରିଛନ୍ତି । ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତେଇ ଦେଇଛନ୍ତି । ଏପଟେ କଣାସ ଜଙ୍କିଆ ଗଡ଼ସାହିରେ ଝାଡାବାନ୍ତିରେ ଆଶାମଣୀ ବେହେରା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।