ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମମତା ବାନାର୍ଜୀଙ୍କ ସରକାରଙ୍କୁ ବଡ ଝଟକା । ୩୬ ହଜାର ଶିକ୍ଷକଙ୍କ ନିଯୁକ୍ତିକୁ ବେଆଇନ କହିଲେ ପଶ୍ଟିମବଙ୍ଗ ହାଇକୋର୍ଟ । କୋର୍ଟଙ୍କ ଏହି ରାୟ ପରେ ମମତା ବାନାର୍ଜୀ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏହାସହ ଚାକିରି ହରାଇଥିବା ଶିକ୍ଷକମାନଙ୍କୁ ଆଶ୍ୱାସନା ଦେଇ ରାଜ୍ୟ ସରକାର ସେମାନଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି କି, ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ସହ ସମାନ କରିବା ଦାବିରେ ଶିକ୍ଷକମାନେ ଆନ୍ଦୋଳନ କରୁଥିବାରୁ ଏଭଳି ଭାବେ ସେମାନଙ୍କ ଚାକିରି ଯାଇଛି । ଏହାସହ ସେ ଚାକିରି ହରାଇଥିବା ୩୬ ହଜାର ଶିକ୍ଷକଙ୍କ ପରିବାରକୁ ଅନୁରୋଧ କରିଛନ୍ତି ଯେ ଏହା ଉପରେ ସେ ନ୍ୟାୟାଳୟର ଦ୍ୱାରସ୍ତ ହେବେ ।
କହିରଖୁ କି, କୋଲକତା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଓ ସହାୟତା ପ୍ରାପ୍ତ ନିଯୁକ୍ତି ପାଇଥିବା ୩୬ ହଜାର ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ଥିବା ନିୟମ ମୁତାବକ ନିଯୁକ୍ତି ହୋଇନଥିବା କହିଥିଲେ କୋର୍ଟ ।