କୋଭିଶିଲ୍ଡର ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ କମାଇଲେ ସରକାର, ଜାଣନ୍ତୁ ନୂଆ ଗାଇଡଲାଇନ୍

0

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପୁଣି ଥରେ କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିଛି । ପୂର୍ବରୁ ଦ୍ୱିତୀୟ ଡୋଜର ବ୍ୟବଧାନ ଦୁଇଥର ବୃଦ୍ଧି ପାଇଥିବା ବେଳେ ଏଥର ସମୟ ବ୍ୟବଧାନ ହ୍ରାସ ପାଇଛି । ଯେଉଁମାନେ ବିଦେଶ ଯାତ୍ରା କରିବାକୁ ଯାଉଛନ୍ତି, ଏହା କେବଳ ସେହିମାନଙ୍କ ପାଇଁ ଲାଗୁ ହେବ । ନୂଆ ଗାଇଡଲାଇନ ପରେ, ବର୍ତ୍ତମାନ କିଛି ବର୍ଗ ପାଇଁ ୮୪ ଦିନ ଅପେକ୍ଷା କରିବାର ଆବଶ୍ୟକତା ନାହିଁ । ଏବେ ୨୮ ଦିନ ପରେ ମଧ୍ୟ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ନିଆଯାଇପାରିବ । ଅନ୍ୟପଟେ କୋଭାକ୍ସିନର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ଏବେ ବି୨୮ ଦିନ ରହିଛି, ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

କୋଭିଶିଲ୍ଡର ୨ ଡୋଜ ମଧ୍ୟରେ ବ୍ୟବଧାନ ତୃତୀୟ ଥର ପାଇଁ ପରିବର୍ତ୍ତନ କରାଯାଇଛି । ୧୬ ଜାନୁଆରୀରୁ ଆରମ୍ଭ ହୋଇଥିବା ଟିକାକରଣରେ ପ୍ରଥମେ ୨୮ ଦିନରୁ ୪୨ ଦିନ ପର୍ଯ୍ୟନ୍ତ ବ୍ୟବଧାନ ଥିଲା । ପରେ ୨୨ ମାର୍ଚ୍ଚରେ ଏହି ବ୍ୟବଧାନ ୬-୮ ସପ୍ତାହକୁ ବୃଦ୍ଧି କରାଯାଇଥିଲା । ଏହା ପରେ ମେ ୧୩ ରେ, ଏହି ପାର୍ଥକ୍ୟ ୧୨-୧୬ ସପ୍ତାହ କରାଯାଇଥିଲା ।

ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍ ସେହିଲୋକଙ୍କ ପାଇଁ, ଯେଉଁମାନେ କୋଭିଶିଲ୍ଡର ପ୍ରଥମ ଡୋଜ୍ ନେଇସାରିଛନ୍ତି ଓ ସେମାନେ ବିଦେଶ ଯାତ୍ରାରେ ଯିବେ । ସେମାନେ ପାଠପଢା, ରୋଜଗାର ଓ ଅଲିମ୍ପିକ୍ ଟିମ ପାଇଁ ବିଦେଶ ଯାତ୍ରା ପାଇଁ ଯାଇପାରନ୍ତି । ସେମାନଙ୍କୁ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ପାଇଁ ୮୪ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ସେମାନେ ୮୪ ଦିନ ପୂର୍ବରୁ ଦ୍ୱିତୀୟ ଡୋଜ ନେଇପାରିବେ ।

Leave A Reply

Your email address will not be published.