ଦିଲ୍ଲୀ ଉପରାଜ୍ୟପାଳ କରୁଛନ୍ତି ଘୃଣ୍ୟ ରାଜନୀତି: ଆପ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀରେ ନିଯୁକ୍ତ ହୋଇଥିବା ସରକାରୀ ଅଫିସରଙ୍କୁ ଆପ୍ ସରକାର ଅପମାନିତ କରିଛନ୍ତି ବୋଲି ଉପରାଜ୍ୟପାଳ ଅଭିଯୋଗ କରିଥିଲେ। ଏହି ଘଟଣା ଉପରେ ଜବାବ ଦେଇ ଉପରାଜ୍ୟପାଳଙ୍କ ଉପରେ ବର୍ଷିଛି ଆପ୍ । ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ଘୃଣ୍ୟ ରାଜନୀତି କରୁଛନ୍ତି ବୋଲି କହିଲା ଆମ ଆଦ୍‌ମୀ ପାର୍ଟି । ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ଆପ୍ କହିଛି। ଶନିବାର ଦିଲ୍ଲୀ ଉପରାଜ୍ୟପାଳଙ୍କ ଅଫିସ ପକ୍ଷରୁ ଅଭିଯୋଗ କରି କୁହାଯାଇଥିଲା ଯେ ଦିଲ୍ଲୀ ସରକାର ଓ ମ୍ୟୁନିସିପାଲଟି କର୍ପୋରେସନ୍‌ରେ ନିୟୋଜିତ ୮ ସରକାରୀ ଅଫିସରଙ୍କୁ ଆପ୍ ସରକାର ଦ୍ୱାରା ଅତି ଖରାପ ଭାବେ ଅପମାନିତ କରାଯାଇଛି।

ଚଳିତ ବର୍ଷ ଆରମ୍ଭରୁ ଏନେଇ ଦୁଇଟି ଅଭିଯୋଗ ଆସିଥିବା ବେଳେ ମେ ୧୧ରେ ବାକି ୫ଟି ଅଭିଯୋଗ ଆସିଥିଲା ବୋଲି ଉପରାଜ୍ୟପାଳଙ୍କ ଅଫିସ୍‌ରୁ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗରେ ପ୍ରତିକ୍ରିୟା ଦେଇଛି ଆପ୍ । ଏସବୁ ନିହାତି ମିଛ ଅଭିଯୋଗ। ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ବିଜେପି କିଭଳି ଅବମାନନା କରିଛି ସେଥିରୁ ନଜର ହଟାଇବାକୁ ଉପରାଜ୍ୟପାଳ ଏଭଳି ଘୃଣ୍ୟ ରାଜନୀତି କରୁଛନ୍ତି ଆପ କହିଛି।

Leave A Reply

Your email address will not be published.