ବିଜେପିର ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଘୋଷଣା ପରେ ତେଜୁଛି ଅସନ୍ତୋଷ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଜେପି ର ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଘୋଷଣା ପରେ ତେଜୁଛି ଅସନ୍ତୋଷ | ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରରିବାଦ କଲେ ମହାକାଳପଡ଼ା ବାସୀ | ଦେଶ ତଥା ରାଜ୍ୟରେ ଯଶ୍ଵସୀ ପ୍ରଧାନମନ୍ତ୍ରୀ ଙ୍କ ସପକ୍ଷରେ ଜନ ମତ ର ମାହୋଲ ସୃଷ୍ଟି ହୋଇଛି |

ଓଡିଶା ରେ ଲୋକସଭା ନୁହେଁ ବିଧାନ ସଭା ନିର୍ବାଚନ ରେ ବି ଆଶାନୁରୂପ ଫଳାଫଳ ବିଜେପି ସପକ୍ଷ ରେ ଆସିବ ବୋଲି ଅନୁମେୟ ହେଉଥିବା ବେଳେ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା ପରେ ମହାକାଳପଡ଼ା ଅଂଚଳରେ ଅସନ୍ତୋଷ ଦେଖାଦେଇଛି | ଯାହା ନେଇ ମହାକାଳପଡ଼ା ବିଧାନ ସଭା କ୍ଷେତ୍ର ର ଭୋଟର ଦୀର୍ଘ ଦିନର ଯୁବ ସଂଗଠକ ଡକ୍ଟର ସୌଭାଗ୍ୟ ପରିଡ଼ାଙ୍କୁ ଦଳୀୟ ଟିକେଟ ରୁ ବଂଚିତ ନେଇ ପ୍ରତିବାଦ ଆରମ୍ଭ କରିଛନ୍ତି | ଏପରିକି ଗତ କାଲି ଦଳୀୟ ପ୍ରାର୍ଥୀ ତାଲିକା ଘୋଷଣା ପରଠୁ ଶ୍ରୀ ପରିଡା ଙ୍କ ସମର୍ଥକ ମାନେ ଯୋଗ୍ୟପ୍ରାର୍ଥୀ ଙ୍କୁ ବଂଚିତ କରି ଦଳୀୟ ନିର୍ବାଚନ କମିଟି ପ୍ରାର୍ଥୀ ଚୟନ ରେ ଭୁଲ କରିଛି ବୋଲି ବୁଧ ବାର ରାଜ୍ୟ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଜାରି ରଖିଛନ୍ତି |

ମହାକାଳପଡ଼ା ବ୍ଲକ ର 5ଗୋଟି ଜିଲ୍ଲା ପରିଷଦ ଜୋନ ଓ ମାର୍ଶାଘାଈ ବ୍ଲକ ର 3ଗୋଟି ଜୋନ ଭାବେ ସମୁଦାୟ48 ପଂଚାୟତ ରେ ତ୍ରିସ୍ତରୀୟ ନିର୍ବାଚନ ପରଠୁ ଦଳୀୟ ସଂଗଠନ ଜାରିରଖିଥିବା ଯୁବ ନେତା କୁ ବିଧାୟକ ପ୍ରାର୍ଥୀ ଘୋଷଣା ପାଇଁ ପ୍ରତିବାଦ କରୁଛନ୍ତି | ମହାକାଳପଡ଼ା ପାଇଁ ଘୋଷିତ ଦଳୀୟ ପ୍ରାର୍ଥୀ ସରକାରୀ ଦଳକୁ ଜିତାପଟ ଦେବାର ଏକ ପ୍ରୟାସ ବୋଲି କର୍ମୀ ମାନେ ବି କହନ୍ତି | ଦଳୀୟ ସଂଗଠନ କୁ ମଜଭୁତ କରିଥିବା ପ୍ରାର୍ଥୀ ଙ୍କୁ ବଞ୍ଚିତ କରିବା ପଛର ରହସ୍ୟ କଣ ବୋଲି ପ୍ରତିବାଦ କାରି ମାନେ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଜବାବ ମାଗୁଛନ୍ତି |

Leave A Reply

Your email address will not be published.