କରଞ୍ଜିଆରେ ମର୍ମାନ୍ତୁତ ସଡ଼କ ଦୃଘଟଣା ପ୍ରାଣୀ ଚିକିତ୍ସାଳୟ ଆମ୍ବୁଲାନ୍ସ ଧକ୍କାରେ ସ୍କୁଟି ଚାଳକ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଏକ ମର୍ମାନ୍ତୁତ ସଡକ ଦୃଘଟଣା ରେ ଜଣେ ସ୍କୁଟି ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି | ତେବେ ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ ସମ୍ମୁଖରେ |ସୂଚନା ରୁ ଯାହା ଜଣା ପଡିଛି ସ୍କୁଟି ଚାଳକ ଯାହାର ନମ୍ବର OD-11N-8825 ଯୋଗେ ଗୋଲେଇ ପଟେ କୌଣସି କାମରେ ଯାଉଥିବା ସମୟରେ ସାମ୍ନା ପଟୁ ଆସୁଥୁବା ପ୍ରାଣି ଚିକିତ୍ସାୟାଳୟ ର ଆମ୍ବୁଲାନ୍ସ ଯାହାର ନମ୍ବର OD-05BN-1651 ଦ୍ରୁତ ଗତି ରେ ଆସି ରାସ୍ତାର ଡାହାଣ ପଟ ସାମ୍ନା ରୁ ଧକ୍କା ଦେଇଥିଲା |

ଯାହା ଫଳରେ ସ୍କୁଟି ଚାଳକ ଛିଟିକି ଯାଇ ରାସ୍ତା ଉପରେ ପଡ଼ିଥିଲେ ଏବଂ ତାଙ୍କ ମୁଣ୍ଡରେ ଜର ଆଘାତ ହେବାର ଘଟଣା ସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା | ଧକ୍କା ଦେଇ ଘଟଣା ସ୍ଥଳରୁ ପ୍ରାଣୀ ଚିକିତ୍ସା୍ୟାଳୟ ଆମ୍ବୁଲାନ୍ସ ଟି ଫେରାର ହୋଇଯାଇଥିଲା |ଦୃଘଟଣା ହେବା ପରେ ଘଟଣା ସ୍ଥଳରେ କିଛି ସମୟ ଉତେଜନା ଲାଗିବା ସହିତ ସ୍ଥାନୀୟ ଜନସାଧାରଣ ଏବଂ ମୃତ ସମ୍ପର୍କୀୟ ମାନେ ଉକ୍ଷିପ୍ତ ହୋଇ ରାସ୍ତା ଅବରୋଧ କରରିଥିଲେ | ପରେ ସୂଚନା ପାଇଁ କରଞ୍ଜିଆ ଥାନା ଅଧିକାରୀ ନିରଜ କୁମାରଙ୍କ ନିର୍ଦେଶ କ୍ରମେ ସଦଳବଳ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଆମ୍ବୁଲାନ୍ସ ଟିକୁ ପ୍ରାଣୀ ଚିକିତ୍ସାଳୟରୁ ଜବତ କରାଯାଇଥିବା ନେଇ ଲୋକ ମାନଙ୍କୁ କହିବା ପରେ ରାସ୍ତା ଅପରୋଧ ରୁ ଲୋକମାନେ ହଟିଥିଲେ | ପୋଲିସ ଶବ ଜବତ କରି ଶବ ବ୍ୟବଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠେଇଛି |

ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅଧିକ ତଦନ୍ତ କରୁଛି | ସ୍କୁଟି ଚାଳକ ଜଣଙ୍କ କରଞ୍ଜିଆ ସ୍ଥିତ ୱାର୍ଡ ନମ୍ବର ୮ବାହ୍ମଣ ଶାସନର ସୁଭଦ ପଣ୍ଡା ବଲି ଜଣା ପଡିଛି | ତେବେ ପାର୍କ ହେବା ପରେ ତାସହିତ ଏହି ସ୍ଥାନରେ ମାଛ ମାଂସ ଦୋକାନ ଗୁଡିକ ଥିବାରୁ ଆସୁଥିବା ଲୋକ ମାନେ ମନଇଚ୍ଛା ରାସ୍ତା ଉପରେ ଗାଡି ଗୁଡିକ ଛିଡା କରିଦଉଥିବାରୁ ଏଠାରେ ବାରମ୍ବାର ଦୃଘଟଣା ଘଟୁଛି |ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବା ଦୋରକାର ବୋଲି ସାଧାରଣରେ ଦାବୀ ହୋଇଛି |ତେବେ ଏହା ପ୍ରତି ପ୍ରଶାସନ କଣ ପଦକ୍ଷେପ ନଉଛି ନା ଏମିତି ଦୃଘଟଣା ଘଟି ମୂଲ୍ୟବାନ ଜୀବନ ଯାଉଥିବ ଏବଂ ପ୍ରଶାସନ ନିରବଦ୍ରଷ୍ଟା ସାଜି ଦେଖୁଥିବ ତାହା ଦେଖିବାକୁ ବାକି ରହିଲା |

Leave A Reply

Your email address will not be published.