ଏଥର ଦୀପାବଳିରେ ୨ ଘଣ୍ଟା ଫୁଟିବ ବାଣ

0

ଓଡ଼ିଆ ନ୍ୟୁଜ୍: ଦୀପାବଳି ପୂର୍ବରୁ ଜାରି ହେଲା ଗାଇଡଲାଇନ।ସନ୍ଧ୍ୟା ୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ଅନୁମତି।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦେଶ ଜାରି।ବାଣ ଫୁଟାଇବା ସମୟରେ ସୁରକ୍ଷା ପାଇଁ ପରାମର୍ଶ।  ଏହି ନିୟମକୁ ସମସ୍ତେ ମାନିବାକୁ ଅନୁରୋଧ କରାଯାଇଛି। ଯେଉଁମାନେ ଏଥିରେ ଖିଲାପ କରିବେ, ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ବିଜ୍ଞାନୀ ନିହାର ରଞ୍ଜନ ସାହୁ କହିଛନ୍ତି, ଯେ କୌଣସି ବାଣର ୧୨୫ ଟିବିରୁ ଅଧିକ ଶବ୍ଦ ହୋଇପାରିବ ନାହିଁ। ବିଶେଷ ଭାବରେ ବଗିଚା, ପାର୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ ଇତ୍ୟାଦିର ୧୦୦ ମିଟର ଦୂରତା ଭିତରେ ବାଣ ଫୁଟାଇ ପାରିବେ ନାହିଁ। ଦୋକାନ, ଅଗ୍ନ ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।

Leave A Reply

Your email address will not be published.