ଆପଣ ଜାଣନ୍ତି କି ରଜ ପର୍ବ କେବେଠୁ ଓ କାହିଁକି ପାଳନ କରାଯାଏ, ପଢନ୍ତୁ..

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ରଜପର୍ବର ଉତ୍ପତ୍ତିକୁ ନେଇ ସଠିକ୍ ଭବେ ପ୍ରାମାଣିକ ତଥ୍ୟ ନଥିଲେ ମଧ୍ୟ ଏହାର ଏକ କିମ୍ବଦନ୍ତୀ ରହିଛି। ଯେଉଁ କିମ୍ବଦନ୍ତୀ ଆଧାରରେ ଜଣାଯାଏ ତ୍ରେତୟାରେ ଲଙ୍କାରେ ରାବଣର ରାଜୁତି ସମୟରେ ମୟଦାନବ ନାମକ ଆଉଜଣେ ରାଜା ଅନ୍ୟ ଏକ ରାଜ୍ୟର ରାଜା ଥିଲେ। ଉଭୟ ରାବଣ ଓ ମୟଦାନବ ରାକ୍ଷସ ମାନଙ୍କର ରାଜା ହୋଇଥିବାରୁ ପରସ୍ପର ଅତି ଘନିଷ୍ଠ ଥିଲେ। ରାବଣ ମୟଙ୍କ ରାଜପ୍ରାସାଦକୁ ଯିବା ଆସିବା କରୁଥିଲେ। ରାଜା ମୟଙ୍କର ମନ୍ଦୋଦରୀ ନାମରେ ଏକ ସୁନ୍ଦରୀ କନ୍ୟାଟିଏ ଥିଲେ। ରାବଣ ମହାଜ୍ଞାନୀ, ସୁନ୍ଦର ସୁଢଳ ତଥା ପରାକ୍ରମୀ ହୋଇଥିବାରୁ ସେମାନେ ପରସ୍ପର ପ୍ରତି ଆକର୍ଷିତ ହୋଇ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଗୁପ୍ତ ସମ୍ପର୍କ। ଯାହା ଫଳରେ ମନ୍ଦୋଦରୀ ଅନ୍ତସତ୍ତ୍ୱା ହୋଇ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ।

ଅବିବାହିତ ଅବସ୍ଥାରେ ମାତ୍ରୁତ୍ବଲାଭ ଲୋକ ଲଜ୍ୟାର କାରଣ ହୋଇଥିବାରୁ ରାଜା ମୟଦାନବ ନିଶନ୍ଦ ରାତ୍ରିରେ ଉକ୍ତ କନ୍ୟା ସନ୍ତାନଟିକୁ ନେଇ ମିଥିଳା ନଗରୀର କୌଣଟି ଏକ ସ୍ଥାନରେ ଗାତ ଖୋଳି ପୋତିଦେଇ ଆସିଥଲେ। ଶିଶୁ କନ୍ୟାଟିକୁ ମିଥିଳାରେ ପୋତା ହୋଇଥିବା ଯୋଗୁଁ ମିଥିଳାରେ ଅକାଳ ପଡିଲା ବର୍ଷା ହେଲା ନାହିଁ, ମରୁଡ଼ି ଦେଖାଦେଲା, ଜଳାଶୟ ଆଦି ଶୁଖିବାରେ ଲାଗିଲା ଯାହାଫଳରେ ମିଥିଳାରେ ହାହାକାର ସ୍ରୁଷ୍ଟି ହେଲା। ମିଥିଳାର ରାଜା ଜନକ ପ୍ରଜାମାନଙ୍କର ଏ ଦୁଃସ୍ଥିତି ଦେଖି ଚିନ୍ତା ପ୍ରକଟ କଲେ ଓ ଜ୍ୟୋତିଷ ବିଷାରଦ ମାନଙ୍କର ପରାମର୍ଶ ନେଲେ। ରାଜା ଜନକ ହଳ ଯୋଚିଲେ ଅକାଳ ଦୂର ହେବ ବୋଲି ଜ୍ୟୋତିଷ ବିଷାରଦ ମାନେ ମତ ଦେଲେ।

“ରଜ” ଶବ୍ଦକୁ ଜ୍ୟୋତିଷ ବିଷାରଦ ମାନେ ବିଶେଷଭାବେ ବ୍ୟାଖ୍ୟା କଲେ ‘ରର ଅର୍ଥ ସଂସାର ‘ଜ;ର ଅର୍ଥ ଯୋଚିକା ତେଣୁ ରାଜା ଜନକ ସଂସାରର ହିତ ପାଇଁ ନିଜେ ହଳ ଯୋଚିଲେ। ଯାହାଫଳରେ ଇନ୍ଦ୍ରଦେବ ସଂତୁଷ୍ଟ ହୋଇ ମୂଷଳଧରାରେ ବର୍ଷା କଲେ। ସେହି ବର୍ଷାକୁ ଦେଖି ମିଥିଳାବାସୀ ଉଲ୍ଲସିତ ହୋଇ ଗୀତ ଗାଇ ନାଚିବାକୁ ଆରମ୍ଭ କଲେ। ରାଜା ଜନକ ହଳ ଯୋଚି ଭୂଇଁ ରୁ ସେହି କନ୍ୟା ସନ୍ତାନଟିକୁ ଉଦ୍ଧାର କରିଥିବା ହେତୁ ମିଥିଳାବାସୀ ସାଧାରଣତ ଏହି ପର୍ବଟିକୁ ନାରୀ ମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କଲେ। ସେବେଠୁ ରଜ ପର୍ବର ଆରମ୍ଭ ବେଲି ବିଶ୍ବାସ କରାଯାଏ।

Leave A Reply

Your email address will not be published.