ଆଜି ଦକ୍ଷୀଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦: ‘କର ବା ମର’ ସ୍ଥିତିରେ ଟିମ୍ ଇଣ୍ଡିଆ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଆଜି ଦକ୍ଷୀଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ଖେଳିବ ଟିମ୍ ଇଣ୍ଡିଆ । ପ୍ରଥମ ୨ଟି ମ୍ୟାଚ୍ରେ ପରାଜିତ ହୋଇଥିବା ଭାରତ ପାଇଁ ଏହି ମ୍ୟାଚ୍‌ଟି ‘କର ବା ମର’ ସ୍ଥିତି ଆଣିଦେଇଛି । ଆଜିର ମ୍ୟାଚ ଯଦି ଟିମ୍ ଇଣ୍ଡିଆ ହାରେ ତେବେ ସିରିଜ୍ ହାତରୁ ଯିବାଟା ସୁନିଶ୍ଚିତ । ତେବେ ଏପରି ପରିସ୍ଥିତିରେ ସବୁ ଶକ୍ତି ଖଟାଇ ଭାରତକୁ ମ୍ୟାଚ୍ ଜିତିବାକୁ ହେବ । ପ୍ରଥମ ୨ଟି ଯାକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତିଥିଲା ପ୍ରଥମେ ଫିଲ୍ଡିଂ କରି ଉଭୟ ମ୍ୟାଚ୍ ଜିତିଥିଲା । ମଙ୍ଗଳବାର ମଧ୍ୟ ମ୍ୟାଚ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ରାତ୍ରିରେ କାକର ପଡ଼ୁଥିବାରୁ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବା ସହଜ ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ସ୍ୱାଭାବିକ । ଦକ୍ଷିଣ ଆଫ୍ରିକା ୨ଟି ଯାକ ମ୍ୟାଚ୍ରେ ଟସ୍ ଜିତିଥିଲା । ଯେଉଁଥି ପାଇଁ ଦକ୍ଷୀଣ ଆଫ୍ରିକା ପାଇଁ ମ୍ୟାଚ୍ ଜିତିବା ସହଜ ହୋଇପଡ଼ିଥିଲା ।

ଅନ୍ୟପଟେ ମ୍ୟାଚ୍ ଜିତିବାକୁ ହେଲେ ଭାରତକୁ ବିକଳ୍ପ ରଣନୀତି ପ୍ରସ୍ତୁତ କରିବାକୁ ହେବ । ବୋଲିଂ ଓ ଫିଲ୍ଡିଂରେ ଉନ୍ନତି ଆଣିବାକୁ ହେବ । ଏସବୁ ସମ୍ଭବ ହେଲେ ବିଜୟ ସହଜ ହୋଇପାରିବ । ରିଷଭ ପନ୍ତଙ୍କ ଅପରିପକ୍ୱ ନେତୃତ୍ୱ ଯୋଗୁ ଭାରତ ଦ୍ୱିତୀୟ ମ୍ୟାଚ୍ରେ ପରାଜିତ ହୋଇଥିଲା । ଲୟରେ ଥିବା ବୋଲରଙ୍କୁ ଉଛିତ ସମୟରେ ବୋଲିଂ ନଦେବା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା ।

Leave A Reply

Your email address will not be published.