ଫିଲ୍ମ ଷ୍ଟାଇଲରେ ଡ୍ରେନ ଡେଇଁଲା ବୋଲେରୋ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଫିଲ୍ମ ଷ୍ଟାଇଲରେ ଡ୍ରେନ ଡେଇଁଲା ବୋଲେରୋ | ଆଜି ପ୍ରାୟ ସାଢେ ୧୧ଟା ସମୟରେ କେନ୍ଦୁଝର ଜିଲ୍ଲା ବଡବିଲ ସହରର ମନ୍ଦିର ହାଟିଙ୍ଗ ଛକ ନିକଟରେ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ ଉକ୍ତ ବୋଲେରୋ ଦୃତ ଗତିରେ ବଲାଣିରୁ ବଡବିଲ ଅଭିମୁଖେ ଆସୁଥିବା ବେଳେ ପ୍ରଥମେ ଏକ ବାଇକକୁ ଧକ୍କା ଦେବା ସହ ରାସ୍ତା କଡର ଡ୍ରେନ ଡେଇଁ ଓଲଟି ପଡିଥିଲା। ଫଳରେ ବୋଲେରୋରେ ବସିଥିବା ୩ ଜଣ ଆହତ ହୋଇଥିବା ବେଳେ ସୌଭାଗ୍ୟ ବଶତ ବାଇକ ଆରୋହୀ ମାନେ ବର୍ତ୍ତି ଯାଇଛନ୍ତି। ସୂଚନା ପାଇ ପୋଲିସ୍ ଆହତଙ୍କୁ ଉଦ୍ଧାର କରି ବଡବିଲ ମେଡିକାଲ ପହଞ୍ଚାଇବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ଅନ୍ୟ ପକ୍ଷରେ ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି।

Leave A Reply

Your email address will not be published.