ଓଡିଆ ନ୍ୟୁଜ୍(ବ୍ୟୁରୋ): ସମାଧାନ ହେବ ଓଡ଼ିଶା ଡ୍ରାଇଭର ଏକତା ମହାସଂଘର ଦାବି। ଆଗାମୀ ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିକୁ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶ୍ରୁତି ଦେଇଥିବା ସଂଘ କହିଛି। ଆସନ୍ତା ଏପ୍ରିଲ ୧୫ ତାରିଖରେ ପୁଣି ଥରେ ବୈଠକରେ ଆଲୋଚନା କରାଯିବ। ଆନ୍ଦୋଳନ ସମସ୍ୟାର ସମାଧାନ ନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟଙ୍କ ମଧ୍ୟରେ ବୈଠକ ହୋଇଥିଲା। ସେପଟେ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛି ସଂଘ।
ସେପଟେ ଡ୍ରାଇଭର ମହାସଂଘର ଆନ୍ଦୋଳନ ବେଳେ ଉତ୍ତେଜନା । ବ୍ରହ୍ମପୁର ପକୁଡ଼ିବନ୍ଧ ଛକ ନିକଟ ଜାତୀୟ ରାଜପଥରେ ଡ୍ରାଇଭର-ପୋଲିସ ମୁହାଁମୁହିଁ । ପୋଲିସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଡ୍ରାଇଭର । ଡ୍ରାଇଭରଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଏକାଧିକ ପୋଲିସ । ଗୋଳନ୍ଥରା ଥାନାଧିକାରୀ ଓ ଗୋପାଳପୁର ଏଏସ୍ଆଇ ଆହତ ହୋଇଛନ୍ତି। ଉଭୟଙ୍କୁ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।