ବ୍ରିଟେନରେ ସରକାରୀ କର୍ମଚାରୀ ଓ ମନ୍ତ୍ରୀ ବ୍ୟବହାର କରିପାରିବେନି ଟିକଟକ୍ ଆପ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବ୍ରିଟିଶ ସରକାର ଗୁରୁବାର (ମାର୍ଚ୍ଚ ୧୬) ସୁରକ୍ଷା ଦୃଷ୍ଟିରୁ ସରକାରୀ ଫୋନରେ ଚାଇନାର ଆପ୍ ଟିକ୍ ଟକ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଏହାପୂର୍ବରୁ ଆମେରିକା ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟ ସମାନ କାର୍ୟ୍ୟ କରିଛନ୍ତି।

ନ୍ୟୁଜ୍ ଏଜେନ୍ସି ଏପି ଅନୁଯାୟୀ କ୍ୟାବିନେଟ କାର୍ୟ୍ୟାଳୟ ମନ୍ତ୍ରୀ ଅଲିଭର ଡୋଡେନ୍ ସଂସଦରେ କହିଛନ୍ତି ଯେ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ତୁରନ୍ତ କାର୍ୟ୍ୟକାରୀ ହେବ। ଏହା ପରେ ସରକାରୀ କର୍ମଚାରୀ ଏବଂ ମନ୍ତ୍ରୀମାନେ ଟିକ୍ ଟକ୍ ବ୍ୟବହାର କରିପାରିବେ ନାହିଁ। ଏଥିସହ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ତଥାପି, ଟିକ୍ ଟକ୍ ପୂର୍ବ ଭଳି ବ୍ୟକ୍ତିଗତ ଫୋନରେ ବ୍ୟବହାର କରାଯାଇପାରିବ ଜ୍ଝ

ବ୍ରିଟେନ ସରକାର କ’ଣ କହିଥିଲେ?
ଡୋଡେନ୍ ସାଂସଦମାନଙ୍କୁ କହିଛନ୍ତି ଯେ ସମ୍ବେଦନଶୀଳ ସରକାରୀ ସୂଚନାର ସୁରକ୍ଷା ଏକ ପ୍ରାଥମିକତା, ତେଣୁ ଆମେ ଏହି ଆପ୍ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଉଛୁ। ଏଥିସହ ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

କେଉଁ ଦେଶ ଏହାକୁ ନିଷିଦ୍ଧ କରିଛନ୍ତି?
ଗତ ମାସରେ, ଆମେରିକା ସରକାର ଫେଡେରାଲ ଏଜେନ୍ସିର ଅଧିକାରୀମାନଙ୍କୁ ସରକାର ଦେଇଥିବା ଫୋନରୁ ଟିକ୍ ଟକ୍ ହଟାଇବାକୁ କହିଥିଲେ। ହ୍ୱାଇଟ ହାଉସ୍, ଆମେରିକାର ସେନା ଏବଂ ଆମେରିକାର ଅର୍ଦ୍ଧେକ ରାଜ୍ୟ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି।

Leave A Reply

Your email address will not be published.