ଡିଜେଲ ଅଭାବରୁ ଚିଲିକାରେ ଫସିଲା ୪୦ ଡଙ୍ଗା

0

ଓଡ଼ିଆ ନ୍ୟୁଜ୍: ଡିଜେଲ ଅଭାବରୁ ମଝି ଚିଲିକାରେ ଡଙ୍ଗା ସହ ଫସିରହିଛନ୍ତି ମତ୍ସ୍ୟଜୀବୀ। ଚିଲିକା ଭିତରେ ଥିବା ଛୋଟ ଛୋଟ ଟାପୁରେ ନେଇଛନ୍ତି ଆଶ୍ରୟ। କଣାସ ଅଞ୍ଚଳର ୪୦ଟି ଡଙ୍ଗା ସହ ଶତାଧିକ ମତ୍ସ୍ୟଜୀବୀ ଫସି ରହିଥିବା ସୂଚନା। ତେଲ ଅଭାବରୁ ଦୟା ନଦୀ ମୁହାଁଣରେ କୂଳରେ ଲାଗି ରହିଛି ଏକାଧିକ ଡଙ୍ଗା।

ଖବର ଅନୁଯାୟୀ, ରାଜ୍ୟରେ କୁତ୍ରିମ ତୈଳ ସଂକଟ ଦେଖା ଦେଇଛି । ତୈଳ କମ୍ପାନି ଓ ଯୋଗାଣ ବିଭାଗ ତେଲ ମହଜୁଦ ଅଛି କହୁଥିବା ବେଳେ ପେଟ୍ରୋଲ୍ ପମ୍ପ ଗୁଡ଼ିକରେ ନାହିଁ ନଥିବା ଭିଡ଼ି ଦେଖିବାକୁ ମିଳୁଛି । ଯାହାଫଳରେ ରାଜ୍ୟ ପୋଟ୍ରୋଲ ଓ ଡିଜେଲର କୁତ୍ରିମ ଅଭାବ ଦେଖା ଦେଇଛି । ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳିଛି । କିଛି ଲୋକ ଜୀବକା ହରାଇବାକୁ ବସିଲେଣି । ତେଲ ମିଳୁନଥିବାରୁ ପୁରୀ ଜିଲ୍ଲା କଣାସ ଅଞ୍ଚଳ ମତ୍ସ୍ୟଜୀବୀ ଚିଲିକା ଭିତରକୁ ମାଛ ଧରିବାକୁ ଯାଇ ସମୁଦ୍ରରେ ପସିରହିଥିବା ଜଣାପଡ଼ିଛି । ୪୦ରୁ ଅଧିକ ଡଙ୍ଗାରେ ଶତାଧିକ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ । ମାତ୍ର ବୋଟରୁ ତେଲ ସରିଯିବାରୁ ଚିଲିକା ମଝିରେ ଥିବା କିଛି ଟାପୁରେ ଆଶ୍ରୟ ନେଇଛନ୍ତି । ଡିଜେଲ ଅଭାବରୁ ସେମାନେ ଆସି ପାରୁନଥିବା ଫୋନ ଯୋଗେ ପରିବାର ଲୋକଙ୍କୁ ଜଣାଇଛନ୍ତି । କଣାସ ଜାଗୁଳାଇ ପଦର ଠାରୁ ୮ କିମି ଦୂରରେ ଥିବା ଦୟା ନଦୀ ମୁହାଁଣରେ ଵି ଏକାଧିକ ଡଙ୍ଗା ତେଲ ଅଭାବରୁ ନଦୀ କୂଳରେ ଅଟକି ରହିଥିବା ଜଣାପଡ଼ିଛି । ସେମାନଙ୍କ ପାଇଁ ପରିବାର ଲୋକ ଦାବି କରିଛନ୍ତି ।

Leave A Reply

Your email address will not be published.