ନକଲି ଶିକ୍ଷାଗତ ପ୍ରମାଣ ପତ୍ର ରେ ଅସଲି ଚାକିରି, ବଲାଙ୍ଗିରରୁ ପର୍ଦ୍ଦାଫାଶ ହେଲା ନକଲି ସାର୍ଟିଫିକେଟ ରାକେଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନକଲି ଶିକ୍ଷାଗତ ପ୍ରମାଣ ପତ୍ର ରେ ଅସଲି ଚାକିରି । ବଲାଙ୍ଗିରରେ ଚାଲିଥିଲା ନକଲି ଶିକ୍ଷାଗତ ପ୍ରମାଣ ପତ୍ର ତିଆରି । ଦେଶର ବିଭିନ୍ନ ବିଶ୍ୱ ବିଦ୍ୟାଲୟରେ ଶିକ୍ଷାଗତ ପ୍ରମାଣ ପତ୍ର ତିଆରି ହେଉଥିଲା । ଆଜି ଏପରି ଘଟଣାର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ପୋଲିସ । ବଲାଙ୍ଗିର ଡାକ ବିଭାଗରେ ଗ୍ରାମିଣ ଡାକ ସେବକ ପଦବୀ ପାଇଁ ଆବେଦନ କରିଥିବା 37   ଜଣ ଆବେଦନ କାରୀଙ୍କ ଶିକ୍ଷାଗତ ପ୍ରମାଣ ପତ୍ର ନକଲି ବୋଲି ଅଭିଯୋଗ ପରେ ପର୍ଦ୍ଦାଫାଶ କରିଛି ପୋଲିସ ।

ମାଳ ମାଳ ଶିକ୍ଷାଗତ ପ୍ରମାଣ ପତ୍ର । ଦେଶ ର ଅନେକ ବିଶ୍ୱ ବିଦ୍ୟାଲୟର ପ୍ରମାଣ ପତ୍ର ରହିଛି ବଲାଙ୍ଗିର ର ଏହି କୋଚିଂ ସେଣ୍ଟର ରେ । ଛତ୍ରପତୀ ସାହୁ ଜୀ ମହାରାଜ ବିଶ୍ୱ ବିଦ୍ୟାଲୟ ହେଉ କି କର୍ଣ୍ଣାଟକ ଷ୍ଟେଟ ୟୁନର୍ଭସିଟି । ଏପରି କେଉଁ ବିଶ୍ୱ ବିଦ୍ୟାଲୟ ନାହିଁ ଯାହାର ଶିକ୍ଷାଗତ ପ୍ରମାଣ ପତ୍ର ମିଲିବ ନାହିଁ । ଦେଶ ର ନାଁ କରା ବିଶ୍ୱ ବିଦ୍ୟାଲୟ ର ଶିକ୍ଷାଗତ ପ୍ରମାଣ ପତ୍ର ମହଜୁତ ରହିଛି । ଏ ସବୁ ନକଲି । ବିଭିନ୍ନ ଅଧିକାରୀ ଙ୍କ ସିଲ ମୋହର ବି ରହିଛି । ଏପରି କି ଏହି ପ୍ରମାଣ ପତ୍ର ର ବୈଧତା ନେଇ ଅନେକ ବିଭାଗକୁ ଚିଠି ବି ହୋଇଛି । ଏ ସବୁର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ପୋଲିସ । ବଲାଙ୍ଗିର ଉପ ଜିଲ୍ଲାପାଳ ଓ ଏସ.ପି ଙ୍କ ଉପସ୍ଥିତି ରେ ଶହ ଶହ ପ୍ରମାଣ ପତ୍ର ଜବତ କରାଯାଇଛି ।

ବଲାଙ୍ଗିର ଡାକ ବିଭାଗ ରେ 83 ଟି ଗ୍ରାମୀଣ ଡାକ ସେବକ ପଦବୀ ଆଶାୟୀ ପ୍ରାର୍ଥି ଆବେଦନ କରିଥିଲେ । ଶିକ୍ଷାଗତ ପ୍ରମାଣ ପତ୍ର ଯାଞ୍ଚ ସମୟ ରେ 37 ଜଣ ଆବେଦନ କାରୀ ଶିକ୍ଷାଗତ ପ୍ରମାଣ ପତ୍ର ନକଲୀ ବୋଲି ଜଣା ପଡିଥିଲା । ବଲାଙ୍ଗିର ଡାକ ଅଧିକ୍ଷକ ଙ୍କ ଅବିଯୋଗ ପରେ ତଦ‘ କରିଥିଲା ବଲାଙ୍ଗିର ଟାଉନ ପୋଲିସ । ଏବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରେ ଅନେକ ତଥ୍ଯ ପଦାକୁ ଆସିଛି । ଏଠାରୁ ନକଲି ଶିକ୍ଷାଗତ ପ୍ରମାଣ ପତ୍ର ନେଇ କିଏ ଚାକିରୀ କରୁଛି ତ ଆଉ କିଏ ଚାକିରୀ ପାଇଁ ଆବେଦନ କରୁଛି । ଏବେ ବି ଘଟଣା ର ତଦନ୍ତ ଚାଲିଥିବା କହିଛନ୍ତି ବଲାଙ୍ଗିର ଏସ.ପି ।

Leave A Reply

Your email address will not be published.