ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ, ଠିକ ସମୟରେ ରଥ ଟଣା ଆରମ୍ଭ ଏବଂ ମାଉସୀ ମା ନିକଟରେ ପହଞ୍ଚାଇବା ପାଇଁ ସେବାୟତ ମାନେ ଦେଲେ ପ୍ରତିଶ୍ରୁତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ମେୟର ସୁଲୋଚନା ଦାସ, କର୍ପୋରେଟରଙ୍କ ସମେତ ବରିଷ୍ଠ ସେବାୟତ ସବୁ ନିଯୋଗ ସଦସ୍ୟ ଉପସ୍ଥିତ ଥିଲେ। ରଥଯାତ୍ରା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ନିର୍ଦ୍ଧାରିତ ସମୟ ଏବଂ ଶୃଙ୍ଖଳିତ ନୀତିକାନ୍ତି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଠିକ ସମୟରେ ରଥ ଟଣା ଆରମ୍ଭ ଏବଂ ମାଉସୀ ମା ନିକଟରେ ରଥ ପହଞ୍ଚାଇବା ପାଇଁ ସେବାୟତ ମାନେ ପ୍ରତିଶ୍ରୁତି ଦେଇଛନ୍ତି। ରଥଯାତ୍ରା ରେ ପରିମଳ ବ୍ୟବସ୍ଥାକୁ ଗୁରତ୍ବ ଦେଇଛି ବିଏମ୍ସି। ରଥଯାତ୍ରା ଠାରୁ ସ୍ବର୍ଣ୍ଣାଦୀ ବିଜେ ପର୍ଯ୍ୟନ୍ତ ବଡଦାଣ୍ଡରେ ଆମିଷ ବିକ୍ରି ଉପରେ କଟକଣା ଲଗାଯାଇଛି। ବିଶେଷ କରି ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ କରି ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଫାଷ୍ଟଫୁଡ ଦୋକାନରେ ଆମିଷ ବିକ୍ରି ବନ୍ଦ କରିବା ପାଇଁ ସେବାୟତ ମାନେ ପ୍ରସ୍ତାବ ଦେଇଛନ୍ତି।

ରଥଯାତ୍ରା ପୂର୍ବରୁ ରାସ୍ତାରେ ଥିବା ଗଛ ଡାଳଗୁଡିକ କାଟିବା ସହ ଖାଳଖମା ପୋତିବା ପାଇଁ ବୈଠକରେ ଗୁରତ୍ବ ଦିଆଯାଇଛି। ବର୍ଷା ପାଣି ନ ଜମିବା ପାଇଁ ବ୍ୟବସ୍ଥା କରିବା ସହ ପର୍ଯ୍ୟାପ୍ତ ଲାଇଟ ବ୍ୟବସ୍ଥା କରାଯିବ। ଶିବରାତ୍ରୀ ସମୟରେ ସେମିତି ମନ୍ଦିର ଫୁଲରେ ସଜାଯାଉଛି ରଥଯାତ୍ରା ସମୟରେ ସେମିତି ଫୁଲରେ ସଜାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପ୍ରଥମ କରି ରଥ ନିକଟରେ ଦୁଇଟି ଷ୍ଟେଜ କରାଯିବ ଏବଂ ସେହି ଷ୍ଟେଜ ରେ ଓଡିଶୀ ସହ ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବ। ଶୃଙ୍ଖଳିତ ନୀତିକାନ୍ତି ଏବଂ ନିର୍ଦ୍ଧାରିତ ସମୟରେ ରଥ ପହଞ୍ଚିଲେ ସେବାୟତ ଙ୍କୁ ସମ୍ବର୍ଦ୍ଧିତ କରିବ କମିଶନରେଟ ପୋଲିସ।

ପୌରାଣିକ କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ରାବଣକୁ ହତ୍ୟାକରି ସୀତାଙ୍କୁ ଉଦ୍ଧାର କରିଥିଲେ । ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଲା । ଏହିପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାକଲେ । ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ କ’ଣ ବର ଚାହଁ ବୋଲି ପଚାରିଲେ । ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର (ଲିଙ୍ଗରାଜ) ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ । ସେହିଦିନଠାରୁ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି । ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ଏହି ରଥଯାତ୍ରା ହୋଇ ଆସୁଛି । ଏହାବ୍ୟତୀତ ରଥଯାତ୍ରାର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି ଯେ ମା ଭୁବନେଶ୍ୱରୀ ଏହିଦିନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ସୁରାସରକୁ ବଧ କରିବା ପାଇଁ ଯାତ୍ରା କରିଥାନ୍ତି ।

Leave A Reply

Your email address will not be published.