ଓଡ଼ିଆ ନ୍ୟୁଜ୍: କଂସରା ଗାଁରେ ନକଲି ବିଦେଶୀ ମଦ କାରଖାନା ଠାବ। ୫୦୦ ଲିଟରରୁ ଅଧିକ ନକଲି ବିଦେଶୀ ମଦ ଜବତ, ୪ ଗିରଫ। ବିପୁଳ ସ୍ପିରିଟ, ରଙ୍ଗ, ଫ୍ଲେଭର୍, ଷ୍ଟିକର୍, ସିଲ୍ ଓ ବୋତଲ ମଧ୍ୟ ଜବତ।ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ସୂଚନା। ଅନୁଗୁଳ ପୁଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ଚଢ଼ାଉ କରି ବଡ଼ ଧରଣର ନକଲି ମଦ କାରଖାନା ଠାବ କରିଛି ବୋଲି ସେ କହିଛନ୍ତି। ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ହଜାର ହଜାର ବୋତଲ ନକଲି ବିଦେଶ ମଦ ଜବତ ହୋଇଛି।
ଏସ୍ପି କହିଛନ୍ତି ଯେ, ଶିକ୍ଷକପଡ଼ାସ୍ଥିତ ଏକ ଭଡ଼ାଘରେ ଚାଲିଥିବା ନକଲି ମଦ କାରଖାନା ଓ ୨୦ କିଲୋମିଟର ଦୂର କଂସରା ଗାଁସ୍ଥିତ ନକଲି ମଦ ଗୋଦାମରୁ ୫୦୦ ଲିଟରରୁ ଅଧିକ ନକଲି ବିଦେଶୀ ମଦ ଜବତ ହୋଇଛି। ଏହାସହ ମଦ ତିଆରି ପାଇଁ ବ୍ୟବହାର ହେଉଥିବା ବିପୁଳ ସ୍ପିରିଟ, ରଙ୍ଗ, ଫ୍ଲେଭର, ବିଭିନ୍ନ ମଦ ବ୍ରାଣ୍ଡର ଷ୍ଟିକର, ସିଲ୍, ଲେବେଲ, ଖାଲି ବୋତଲ ମଧ୍ଯ ଜବତ ହୋଇଛି। ନକଲି ମଦ କାରଖାନା ଚାଲୁଥିବା ଭଡ଼ାଘର ଓ ଗୋଦାମକୁ ସିଲ୍ କରିଛି। ନକଲି ମଦ ତିଆରି କରୁଥିବା ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।