ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ ଦୁର୍ଗାପୁରରେ ପହଞ୍ଚିଲେ ଓଡ଼ିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାଲେଶ୍ବର ADM ଓ ଅତିରିକ୍ତ ଏସ୍ପି ପହଞ୍ଚିଲେ। ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର ଅଫିସ୍ରେ ବିଚାରବିମର୍ଶ।ପୀଡ଼ିତାଙ୍କ ବାପା ଓ ଅନ୍ୟ କିଛି ସହଯୋଗୀ ମଧ୍ୟ ଉପସ୍ଥିତ ସୂଚନା। ସେପଟେ ଦୁର୍ଗାପୁର ଘଟଣା କୁ ନେଇ ଭିନ୍ନ ମାତ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ ରାତିରେ କୌଣସି ଝିଅକୁ ବାହାରକୁ ଯିବାକୁ ଦିଆଯିବା ଉଚିତ୍ ନୁହେଁ। ଦୁର୍ଗାପୁରରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ଉଷ୍ମ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗିଯାଇଛନ୍ତି । ସେ ଅନ୍ୟ ରାଜ୍ୟରେ ହେଉଥିବା ଗଣଦୁଷ୍କର୍ମ ଘଟଣା ସମ୍ପର୍କରେ କହିଛନ୍ତି । କିନ୍ତୁ ନିଜର ଭୁଲ୍ ମାନିବାକୁ ସେ ନାରାଜ। ମମତା କହିଛନ୍ତି ଯେ ଆପଣ ମୋତେ କୁହନ୍ତୁ ଯେ ତିନି ସପ୍ତାହ ପୂର୍ବରୁ ଓଡ଼ିଶାର ବେଳାଭୂମିରେ ତିନି ଜଣ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିଲା। ଓଡ଼ିଶା ସରକାର କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଯଦି ବଙ୍ଗଳାରେ ମହିଳାଙ୍କ ସହିତ କିଛି ହୁଏ, ତେବେ ଆମେ ଏହାକୁ ସାଧାରଣ ଘଟଣା ବୋଲି ଭାବୁନାହୁଁ ।
ଓଡ଼ିଶା ସଂପର୍କରେ ସେ ଭ୍ରମାତ୍ମକ ତଥ୍ୟ ଦେଇଥିବା ତାଙ୍କ କଥାରୁ ସ୍ପଷ୍ଟ ହେଉଛି । ସେ କହିଛନ୍ତି, ବାହାରୁ ପଶ୍ଚିମବଙ୍ଗକୁ ପଢ଼ିବାକୁ ଆସୁଥିବା ଛାତ୍ରୀମାନଙ୍କୁ ରାତିରେ ବାହାରକୁ ନ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ ।