ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଧଉଳି ଶାନ୍ତି ସ୍ତୁପ ଅନ୍ୟତମ । ଏଠାରେ ବର୍ଷ ତମାମ ଲୋକଙ୍କ ଗହଳି ଚହଳି ଲାଗି ରହିଥାଏ । କଳିଙ୍କ ସାମ୍ରାଜ୍ୟର କାହାଣୀ କୁହେ ଧଉଳି । କଳିଙ୍ଗର ଇତିହାସକୁ ଏବେବି ଛାତିରେ ଜାବୁଡି ଧରିଛି । ଭୁବନେଶ୍ୱର ଉପଖଣ୍ଡ ଦୟାନଦା କୂଳରେ ଥିବା ଧଉଳି ପାହାଡ ଉପରେ ରହିଛି ଏହି ଶାନ୍ତି ସ୍ତୁପ ।
ଏଠାକାର ପାହାଡ ପଥରରେ ଥିବା ଶିଳା ଲେଖ କଳିଙ୍ଗ ଯୁଦ୍ଧର କାହାଣୀ କୁହେ । ପଥରେ ତିଆରି ହାତୀ ପଛରେ ରହିଛି ଏକ କାହାଣୀ । କୁହାଯାଏ ଏହା ହେଉଛି ଭାରତ ବର୍ଷର ସର୍ବ ପୁରାତନ ସ୍ଥାପତ୍ୟ । ଖ୍ରୀଷ୍ଟ ପୂର୍ବ ୨୬୧ ବେଳେ କଳିଙ୍ଗ ଆକ୍ରମଣ ସମୟରେ ଏହିଠାରେ ଶାନ୍ତିକୁ ବ୍ରତ କରି ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ ସମ୍ରାଟ ଅଶୋକ । ୧୯୭୦ରେ ଜାପାନ ବୁଦ୍ଧ ସଂଘ ଓ କଳିଙ୍ଗ ବୁଦ୍ଧ ସଂଘର ମିଳିତ ପ୍ରଚେଷ୍ଟାରେ ଏହି ସ୍ତୁପ ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଶାନ୍ତି ଓ ମୌତ୍ରିର ପ୍ରତୀକ ସାଜିଛି ଏହି ଧଉଳି ଗିରି । ଓଡିଶା ତଥା ସର୍ବ ଭାରତୀୟ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ରହିଛି ଧଉଳିର ।
ଭୁବନେଶ୍ୱର , କୋଣାର୍କ ଏବଂ ପୁରୀ ଭ୍ରମଣରେ ବାହାରିଥିବା ପର୍ଯ୍ୟଟକମାନେ ଧଉଳି ବୁଲିଯିବାକୁ ପସନ୍ଦ କରିଥାନ୍ତି । ଏହାର ପ୍ରାକୃତିକ ନୈସର୍ଗିକ ଶୋଭା ରାଜି ଓ ଶାନ୍ତ ବାତାବରଣ ବର୍ଷର ସବୁ ସମୟରେ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିଥାଏ ।