ଇ-ଲେକଚର ଲୋକାର୍ପିତ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

0

କରୋନା ଯୋଗୁଁ ଶିକ୍ଷାଦାନ ଉପରେ ବିଶେଷ ପ୍ରଭାବ ପକାଇଛି । ଏହାରି ମଧ୍ୟରେ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର ପାଇଁ ଲୋକାର୍ପିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ଇ-ଲେକଚର ଲୋକାର୍ପିତ କରିଛନ୍ତି । ଇ-ଲେକଚର ଦ୍ଵାରା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ନିଶୁଳ୍କ ସେବା ପାଇପାରିବେ ବୋଲି କହିଛନ୍ତି ମନ୍ତ୍ରୀ । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା । ସମୁଦାୟ ୫ କୋଟି ଟଙ୍କାର ଏହି ପ୍ରକଳ୍ପରେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରିଥିଲେ ।

ତେବେ ଇ-ଲେକଚର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର DDCEରେ ଷ୍ଟୁଡିଓ ହୋଇଛି । NIC ଦ୍ୱାରା ବିକଶିତ ଏକ ସ୍ୱତନ୍ତ୍ର ପୋର୍ଟାଲରେ ଇ-ଲେକଚର ଦିଆଯିବ । ସେହି ସ୍ୱତନ୍ତ୍ର ପୋଟାର୍ଲ ହେଉଛି- https://vtputkal.odisha.gov.in/ । ଆଜିଠାରୁ ଛାତ୍ରଛାତ୍ରୀ ନିଃଶୁଳ୍କ ଭାବେ ଏହି ଇ-ଲେକଚର ପାଇପାରିବେ ।

Leave A Reply

Your email address will not be published.