ମୋଦୀଙ୍କ କଡ଼ା ନିର୍ଦ୍ଦେଶ: ଅଗଷ୍ଟ ୧୫ ପର୍ଯ୍ୟନ୍ତ କୌଣସି ବି ମନ୍ତ୍ରୀ ଦିଲ୍ଲୀ ଛାଡି ବାହାରକୁ ଯାଇପାରିବେ ନାହିଁ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର କ୍ୟାବିନେଟ୍ ରେ କିଛି ବରିଷ୍ଠ ମନ୍ତ୍ରୀଙ୍କୁ ବିଦାୟ ଦେଇଛନ୍ତି । ଦେଶରେ ଏବେ ୪୩ ନୂଆ କେନ୍ଦ୍ରୀୟ ମନ୍ତ୍ରୀ ତିଆରି କରାଯାଇଛି । କିଛି ନୂଆ ମୁହଁକୁ ଦେଖିବାକୁ ମିଳିଛି । ବର୍ତ୍ତମାନ ନୂତନ ନିଯୁକ୍ତ ମନ୍ତ୍ରୀ ମାନଙ୍କୁ ନେଇ ଆଜି ବୈଠକ ହେବାକୁ ଯାଉଥିବା ବେଳେ ସେମାନଙ୍କ ପାଇଁ ଆଗୁଆ ନିର୍ଦ୍ଦେଶ ଜାରି କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ଶପଥ ନେଇଥିବା ମନ୍ତ୍ରୀ ମାନେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀ ବାହାରକୁ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୋଦୀ ।

ଏଥିସହିତ ମନ୍ତ୍ରୀ ହେବା ଖୁସିରେ କୌଣସି ବି ମନ୍ତ୍ରୀ ଉତ୍ସବ ମନାଇପାରିବେ ନାହିଁ । ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ମାସ୍କ ଓ ସାମଜିକ ଦୂରତାକୁ ବାଧ୍ୟତାମୁଳକ କରାଯାଇଥିବାରୁ ଉତ୍ସବ ମନାଇବା ଉପରେ ରୋକ୍ ଲଗାଯାଇଛି । ଏନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଅନୁସାରେ, ମୋଦୀ ସମସ୍ତ ମନ୍ତ୍ରୀ ମାନଙ୍କୁ କହିଛନ୍ତି ଯେ, ଦିଲ୍ଲୀରେ ରହି ନିଜ ନିଜ ଦାୟିତ୍ୱ ଉପରେ ଧ୍ୟାନ କେନ୍ଦ୍ରୀତ କରନ୍ତୁ । ସେହିପରି ସମସ୍ତ ମନ୍ତ୍ରୀ ଆଜି ପାର୍ଟି ମୁଖ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ ।

Leave A Reply

Your email address will not be published.