PCC କାର୍ଯ୍ୟାଳୟରେ ଇଦ୍ ମିଲନ କାର୍ଯ୍ୟକ୍ରମ, ଯୋଗ ଦେଲେ ବହୁ ବିଶିଷ୍ଟ ନେତା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପକ୍ଷରୁ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଇଦ୍ ମିଲନ କାର୍ଯ୍ୟକ୍ରମ  ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ  ଜିଆଉଲ ହକ୍ ଆୟୋଜିତ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ, ଭାରତୀୟ ଜନସାଧାରଣଙ୍କର ଧାର୍ମିକ ସହିସ୍ମୁତା, ପରସ୍ପରର ଧର୍ମପ୍ରତି ସମ୍ମାନ ପ୍ରଦର୍ଶନ ଓ ଭାଇଚାରା ଅପୂର୍ବ । ଏଠି ମୁସଲମାନ ଭାଇମାନଙ୍କର ସମସ୍ତ ପର୍ବ, ହିନ୍ଦୁ ଓ ଖ୍ରୀଷ୍ଟିଆନ ମାନଙ୍କର ସମସ୍ତ ପର୍ବକୁ ଅତି ଆନନ୍ଦର ସହ ପାଳନ କରାଯାଏ । କଂଗ୍ରେସ ଦଳ ଧର୍ମନିରପେକ୍ଷତାର ବିଶ୍ୱାସ କରେ ଓ ଭାଇଚାରାକୁ ମଜବୁତ କରିବା ପାଇଁ ସର୍ବଦା ଉଦ୍ୟମ ଜାରି ରଖିଥାଏ । ଦୋଳ, ଦଶହରା ଓ ହୋଲି ପ୍ରଭୃତି ପର୍ବ ମଧ୍ୟ ଏଠିକାର ମୁସଲ୍‌ମାନ ଭାଇମାନେ ପାଳନ କରିଥାନ୍ତି । ଏଠାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମରେ ମୁସଲମାନ ଭାଇମାନଙ୍କର ଅବଦାନ ସଂପର୍କରେ ଅବତାରଣା କରିଥିଲେ । ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ହିନ୍ଦୁ ମସୁଲିମ୍ ଭାତୃତ୍ୱର ଇତିହାସ ଉପରେ ଆଲୋକପାତ କରିଥିଲେ ।

ସାରା ଦେଶରେ ହିନ୍ଦୁ ମୁସଲିମ୍ ମିଶ୍ରିତ ସଂସ୍କୃତି ଭାସ୍କର୍ଯ୍ୟ ଓ କଳା ଅନେକ ଉଦାହରଣ ମଧ୍ୟ ଦେଇଥିଲେ । ଇଦ୍ ମିଲନର ପର୍ବ, ଭାଇଚାରା, ଶାନ୍ତି ଓ ମୈତ୍ରିର ବାର୍ତ୍ତା ପ୍ରଦାନ କରିଥାଏ ବୋଲି କହିଥିଲେ । ହିନ୍ଦୁ ମୁସଲିମ୍ ସଂପ୍ରଦାୟର ଭାତୃତ୍ୱ ଓ ନିବିଡ଼ ସଂପର୍କକୁ ବଜାୟ ରଖିବା ପାଇଁ କଂଗ୍ରେସ ଅଧ୍ୟକ୍ଷ  ମଲ୍ଲିକାର୍ଜୁନ ଖଡ୍‌ଗେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର କାର୍ଯ୍ୟକ୍ରମ ଓ ବାର୍ତ୍ତା ସଂପର୍କରେ ଉଦାହରଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ନବଜ୍ୟୋତି ପଟ୍ଟନାୟକ, ମାନଓ ଚୌଧୁରୀ, ୟାସିର ନୱାଜ, ବିଶ୍ୱଜିତ୍ ଦାସ, ଜାନକୀବଲ୍ଲଭ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ବାଙ୍କନିଧି ବେହେରା, ନକୁଳ ନାୟକ, ଚିନ୍‌ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ମନୋଜ ବିଶ୍ୱାଳ, ଜୟନାରାୟଣ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ତରୁଣ ମିଶ୍ର, ବିସ୍ମୟ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ମଣ୍ଟୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.