ଇଡି ଅଧିକାରୀଙ୍କୁ ଗିରଫ କଲା ସିବିଆଇ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସିବିଆଇ ପଞ୍ଝାରେ ପଡ଼ିଛନ୍ତି ଇଡି ଅଧିକାରୀ । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର୍ୟ୍ୟ କରୁଥିବା ପୱନ କ୍ଷତ୍ରୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ। ଦିଲ୍ଲୀ ଅବକାରୀ ନୀତିରେ ପୱନ କ୍ଷତ୍ରୀ ୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିବା ସୂଚନା ରହିଛି । ଏନେଇ ମାମଲା ଦାଏର କରାଯିବା ପରେ ମାମଲାର ଯାଞ୍ଚ କରାଯାଇ ତାଙ୍କୁ ଗିରଫ କରିଛି ସିବିଆଇ ।

ସୂଚନା ମୁତାବକ, ଇଡିରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଥିବା ପୱନ କ୍ଷତ୍ରୀ ଅବକାରୀ ନୀତି ମାମଲାରେ ବ୍ୟବସାୟୀ ଅମନଦୀପ ସିଂହ ଢଲ୍ଲଙ୍କଠାରୁ ୫ କୋଟି ଟଙ୍କା ଲାଞ୍ଚ ନେଇଥିଲେ । କ୍ଷତ୍ରୀଙ୍କ ସମେତ ଦୁଇ ଜଣ ଇଡି ଅଧିକାରୀଙ୍କ ବିରୋଧରେ ମାମଲା ଦାଏର ହୋଇଥିଲେ ବି କେବଳ କ୍ଷତ୍ରୀଙ୍କୁ ଗିରଫ କରାଯାଇଛି । ଗିରଫ ହେବା ପରେ ତାଙ୍କୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି ।

Leave A Reply

Your email address will not be published.