ଜାତୀୟ ପତାକାରେ ଦସ୍ତଖତ କରିବାକୁ ସିଧାସଳଖ ମନା କରିଦେଲେ ନୀରଜ ଚୋପ୍ରା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଭାରତ ପାଇଁ ଗର୍ବ ଆଣିଲେ ସୁନା ପୁଅ । ସୁନା ଜିତି ବିଶ୍ୱରେ ରେକର୍ଡ କଲେ । ସେଥିପାଇଁ ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ସୁନା ପୁଅ ନୀରଜ ଚୋପ୍ରାଙ୍କୁ ନେଇ । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ସାରା ବିଶ୍ୱରେ ଭାରତକୁ ଗୌରବନ୍ୱିତ କରାଇଛନ୍ତି । ତାଙ୍କୁ ସବୁଠି ଶୁଭେଚ୍ଛାର ସୁଅ ଛୁଟୁଛି । ଏହାରି ଭିତରେ ନୀରଜଙ୍କୁ ନେଇ ଏକ ଖବର ଆସିଛି, ତାହା ହେଉଛି ।

ନୀରଜଙ୍କ ଏହି ଐତିହାସିକ ବିଜୟ ପରେ ହଙ୍ଗରୀର ଜଣେ ମହିଳା ପ୍ରଶଂସକ ତାଙ୍କ ଠାରୁ ଅଟୋଗ୍ରାଫ (ଦସ୍ତଖତ) ଚାହିଁଥିଲେ। ଏଥିପାଇଁ ହଙ୍ଗରୀର ମହିଳା ପ୍ରଶଂସକ ନୀରଜଙ୍କ ସାମ୍ନାରେ ଏକ ତ୍ରିରଙ୍ଗା ରଖି ସେଥିରେ ଦସ୍ତଖତ କରିବାକୁ କହିଥିଲେ। ଏହାକୁ ଦେଖି ନୀରଜ ଉକ୍ତ ମହିଳା ପ୍ରଶଂସକଙ୍କୁ କହିଥି‌ଲେ, ‘କ୍ଷମା କରିବେ ଆଜ୍ଞା, ମୁଁ ଭାରତର ଜାତୀୟ ପତାକା ଉପରେ ଦସ୍ତଖତ କରି ପାରିବି ନାହିଁ।’ ଏହାପରେ ନୀରଜ ମହିଳାଙ୍କ ଟି-ସାର୍ଟରେ ଦସ୍ତଖତ ଦେଇଥିଲେ। ନୀରଜଙ୍କ ଦସ୍ତଖତକୁ ପାଇ ହଙ୍ଗରୀ ମହିଳା ଖୁସି ହୋଇଥିଲେ।

Leave A Reply

Your email address will not be published.