ଚାଇନାର ମୋବାଇଲ୍ କମ୍ପାନୀ ସାଓମି (xiomi) ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। ଶନିବାର ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କହିଛି ଯେ ଚାଇନାର ମୋବାଇଲ ନିର୍ମାତା ସାଓମି ଇଣ୍ଡିଆର ୫,୫୫୧ କୋଟି ଟଙ୍କାରୁ ଅଧିକ ଟଙ୍କାକୁ ଭାରତୀୟ ବୈଦେଶିକ ବିନିମୟ ଆଇନ ଉଲ୍ଲଂଘନ କରିଥିବା ଅଜିଆଓମିଭିଯୋଗରେ ଜବତ କରାଯାଇଛି। ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ସାଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କମ୍ପାନୀ ସାଓମି ଇଣ୍ଡିଆ ନାମରେ ମଧ୍ୟ ଜଣାଶୁଣା | ଏହି କମ୍ପାନୀ ଦେଶରେ MI ବ୍ରାଣ୍ଡ ନାମ ମୋବାଇଲ୍ ଫୋନ୍ ବିତରକ ଭାବରେ ଜଣାଶୁଣା।
ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହାର ସରକାରୀ ବିବୃତ୍ତିରେ କହିଛି ଯେ ସାଓମି ଇଣ୍ଡିଆ ହେଉଛି ଚାଇନାର ସାଓମି ଗ୍ରୁପ୍ର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ। କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ୫,୫୫୧ କୋଟି ଟଙ୍କା ଜବତ କରାଯାଇଛି। କମ୍ପାନି ଦ୍ୱାରା କରାଯାଇଥିବା ବେଆଇନ କାରବାର ସଂପର୍କରେ ଇଡି ଚଳିତ ବର୍ଷ ଫେବ୍ରୁଆରି ମାସରେ ତଦନ୍ତ ଆରମ୍ଭ ହୋଇଥିଲା।
ଯାଞ୍ଚରୁ ଜଣାପଡ଼ିଛି ଯେ, କମ୍ପାନି ୨୦୧୪ ରେ ଭାରତରେ ନିଜର ଶାଖା ଖୋଲି କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ୨୦୧୫ରୁ କମ୍ପାନି ବିଦେଶକୁ ଟଙ୍କା ପଠାଇବା ଆରମ୍ଭ କରିଥିଲା । କମ୍ପାନି ରୟାଲଟି ନାମରେ ଏକ ସାଓମି ଗ୍ରୁପ୍ କମ୍ପାନି ସମେତ ତିନୋଟି ବିଦେଶୀ ସଂସ୍ଥାକୁ ୫୫୫୧.୨୭ କୋଟିର ବୈଦେଶିକ ମୁଦ୍ରା ପଠାଇଥିଲା। ଚୀନରେ ଥିବା ମୂଳ କମ୍ପାନିର ନିର୍ଦ୍ଦେଶରେ ଭାରତରୁ ସାଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ରୟାଲଟି ନାଁରେ ବିଦେଶକୁ ଟଙ୍କା ପଠାଇଥିଲା ବୋଲି କହିଛି ଇଡି।
ପିଟିଆଇ ରିପୋର୍ଟ ଅନୁଯାୟୀ, ସାଓମି ୨୦୧୪ ମସିହାରେ ଭାରତରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ପରବର୍ତ୍ତୀ ବର୍ଷରୁ ଟଙ୍କା ପଠାଇବା ଆରମ୍ଭ କରିଥିଲା। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅନୁଯାୟୀ, କମ୍ପାନୀ ରୟାଲଟି ନାମରେ ତିନୋଟି ବିଦେଶୀ ସଂସ୍ଥାକୁ ୫,୫୫୧ କୋଟି ଟଙ୍କା ମୂଲ୍ୟର ବୈଦେଶିକ ମୁଦ୍ରା ପଠାଇଛି। ଏହି ଅନୁଷ୍ଠାନଗୁଡ଼ିକରେ ସାଓମି ଗୋଷ୍ଠୀର ଏକ ୟୁନିଟ୍ ମଧ୍ୟ ଅନ୍ତର୍ଭୁକ୍ତ | ଅଭିଯୋଗ ହୋଇଛି ଯେ ଚାଇନିଜ୍ କମ୍ପାନୀର ପ୍ୟାରେଣ୍ଟ୍ ସଂସ୍ଥାଗୁଡ଼ିକର ନିର୍ଦ୍ଦେଶରେ ସାଓମି ଇଣ୍ଡିଆ ଦ୍ୱାରା ରୟାଲଟି ନାମରେ ବିପୁଳ ପରିମାଣର ଟଙ୍କା ପଠାଯାଇଛି। ସାଓମି ଗ୍ରୁପର ସଂସ୍ଥାଗୁଡ଼ିକର ଚରମ ଲାଭ ପାଇଁ ଏହି ଅର୍ଥ ଅନ୍ୟ ଦୁଇଟି ସମ୍ପର୍କିତ ଆମେରିକୀୟ ସଂସ୍ଥାକୁ ମଧ୍ୟ ପଠାଯାଇଛି ବୋଲି ଇଡି କହିଛି।
ଇଡି ଅଧିକାରୀଙ୍କ କହିବାନୁସାରେ, ସାଓମି ଇଣ୍ଡିଆ ୩ ବିଦେଶୀ ସଂସ୍ଥାକୁ ଟଙ୍କା ପଠାଇଥିଲେ ବି ସେମାନଙ୍କଠାରୁ କୌଣସି ସେବା ଗ୍ରହଣ କରିନଥିଲା। ଏହା ଫେମା ବିଭାଗ ୪ର ଉଲଂଘନ ଆଟେ। ବିଦେଶକୁ ଟଙ୍କା ପଠାଇବା ସମୟରେ କମ୍ପାନି ବ୍ୟାଙ୍କଗୁଡ଼ିକୁ ଭୁଲ ତଥ୍ୟ ମଧ୍ୟ ଦେଇଥିବା ସାମ୍ନାକୁ ଆସିଛି।