ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତ ୨୯ ତାରିଖରେ ଲୋକସଭାରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି। ଗତ ୨୯ ତାରିଖରେ ଲୋକସଭାରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏପରି ମନ୍ତବ୍ୟ ଦେଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଥିଲା ଝଡ଼ । ଏବେ ଏହି ବୟାନକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଥିବା କହିଛନ୍ତି ରାହୁଲ।
ରାହୁଲ କହିଛନ୍ତି, ‘କିଛିଦିନ ତଳେ ମୁଁ ସଂସଦରେ ଦେଇଥିବା ମୋର ଚକ୍ରବ୍ୟୁହ ଭାଷଣ ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ ଆସିନାହିଁ। ତେଣୁ ବିରୋଧୀ ମୋ’ଠୁ ପ୍ରତିଶୋଧ ନେବାକୁ ଯୋଜନା କରୁଛନ୍ତି। ଏମିତି କି କିଛିଦିନ ମଧ୍ୟରେ ମୋ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିବ। ଏକଥା ମୁଁ କିଛି ବିଶେଷ ସୂତ୍ରରୁ ଖବର ପାଇଛି।
ତେବେ ଏହି ସୂଚନା ପାଇବା ପରେ ଲୋକେ ଭାବୁଥିବେ ମୁଁ ଭୟଭୀତ ହୋଇଯାଇଛି। କିନ୍ତୁ ସେପରି କିଛି ନୁହେଁ। ମୁଁ ତ ଇଡିର ଆଗମନକୁ ଉତ୍ସାହର ସହ ଅପେକ୍ଷା କରି ରହିଛି। ଇଡି ଯେଉଁଦିନ ମୋ ଘରକୁ ଆସିବ ନିଶ୍ଚୟ ଚା’ ଓ ବିସ୍କୁଟ ଦେଇ ସ୍ବାଗତ କରିବି।