ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ କଡ୍ଡା ବିରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜୁ ଜନତା ଦଳ ଏବଂ କୁଡୁମୀ ସଂପ୍ରଦାୟ ତରଫରୁ ଧକ୍କା ଦେଇଥିବା ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ କଡ୍ଡା ବିରୋଧ | ରାଜ୍ୟସଭା ସାଂସଦ ମମତା ମହାନ୍ତ ଇଛାକୁତ ଭାବେ ନିଜ ପଦବୀରୁ ଇସ୍ତଫା ଦେଇଥିବାରୁ ସାରା ଓଡିଶାରେ ହଇଚଇ ଦେଖାଯାଇଛି |

ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ଠାରେ ବିଜୁ ଜନତା ଦଳ ଏବଂ କୁଡୁମୀ ସଂପ୍ରଦାୟ ତରଫରୁ ଧକ୍କା ଦେଇଥିବା ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ କଡ୍ଡା ବିରୋଧ ତଥା ପ୍ରତିବାଦ ସ୍ଥାନୀୟ ଦୁର୍ଗାମଣ୍ଡପ ଛକ ଠାରେ କରାଯିବା ପରେ ତାଙ୍କର କୁଶପୁତଳିକା ଦାହ କରାଯାଇଥିଲା | ଏଥିରେ ବହୁ ସଂଖ୍ୟାରେ ବିଜୁ ଜନତା ଦଳ କର୍ମୀ ଓ କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ଥିଲେ |

ସେମାନଙ୍କ ମଧ୍ୟରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ତଥା ଯୁବ ସଭାପତି ଅଭିଶେକ ପଟ୍ଟନାୟକ, ଜିଲ୍ଲା ମୁଖପାତ୍ର ରତିକାନ୍ତ ପରୀକ୍ଷା, ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା, ତିରିଂ ବ୍ଲକ ବିଜେଡି ସଭାପତି ବଳଦେବ ହେମ୍ବ୍ରମ, ବିଜେଡି ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ତନୁଜା ମହାନ୍ତ, ମୁକେଶ ଅଗ୍ରୱାଲ, ହଂସରାଜ ଚୌବେ, ଗୁନୁ ମହାନ୍ତ, ଗୌରୀ ଶଙ୍କର ଦତ୍ତ, ଦେବସ୍ମିତା ଡଗରା, ପୂର୍ଣ୍ଣିମା ମହାନ୍ତ, ସୁଷମା ମହାନ୍ତ ତଥା କୁଡୁମୀ ସଂପ୍ରଦାୟର ବହୁ ମହିଳା ସମବେତ ହୋଇଥିଲେ |

Leave A Reply

Your email address will not be published.